ଆବୁ ପୁରୁଷ (୫) || Abu Purusha (V)
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
x........x
ମହାନଗରୀର ଏକ ଅପେକ୍ଷାକୃତ ଜନବିରଳ ପ୍ରାନ୍ତରେ ମେରିଲିନ୍ଙ୍କ ଆନୁକୂଲ୍ୟରେ ଏକ ଛୋଟ ବସା ଭଡ଼ାନେଇ ସ୍ଥାନାନ୍ତରିତ ହେଲେ ଶର୍ମା
ମାର୍କିନ୍ ଯୁକ୍ତରାଷ୍ଟ୍ରର ମେଡ଼ିକାଲ୍ ଆସୋସିଏସନ୍ ଏକମାସ ସକାଶେ ତାଙ୍କ ଆବୁକୁ ବୁକ୍ କଲେ - ଏକକ ପ୍ରଦର୍ଶନୀ ପାଇଁ । ଆସୋସିଏସନ୍ କୋଠାର ଏକ କୋଠରି ଭିତରେ ପ୍ରତ୍ୟହ ଚାରିଘଣ୍ଟା ସମୟ ଆସି ରହିବାକୁ ହୁଏ ।
“ଆପଣ ହିଁ ତେବେ ହାର୍ଡଷ୍ଟୋନ୍’ସ ଆବୁର ସ୍ଵତ୍ବାଧିକାରୀ?”
-ଜଣେ ଆବୁ ବିଶେଷଜ୍ଞ ପ୍ରଥମ ଦିନ ତାଙ୍କ ସହ କରମର୍ଦ୍ଦନ କରି ପ୍ରଶ୍ନ କରିଥିଲେ ।
“ଆପଣ ଭୁଲ କହୁଛନ୍ତି । ମୋ ଆବୁ ମୋର ଏକାନ୍ତ ନିଜସ୍ବ!”- ଶର୍ମା ଅନୁଯୋଗଭରା କଣ୍ଠରେ କହିଥିଲେ ।
ହସିଥିଲେ ବିଶେଷେଜ୍ଞ :
“ଓ8, ଆପଣ ଜାଣନ୍ତି ନାହିଁ ପରା । ବିଜ୍ଞାନଜଗତରେ ଆପଣଙ୍କ ଆବୁର ନାମ ‘ଡାକ୍ତର ହାର୍ଡଷ୍ଟେନ୍’ସ’ ଆବୁ । ଯେମିତି ହାଲିଙ୍କ ଆବିଷ୍କୃତ କମେଟ୍ର ନାମ ‘ହାଲି’ସ୍ କମେଟ, ସେମିତି ହାର୍ଡଷ୍ଟୋନ୍ଙ୍କ ଆବିଷ୍କୃତ ଆବୁ ହେଲା ‘ହାର୍ଡସ ଆବୁ’ ।”
x..........x
-“ଆବୁ ପୁରୁଷ”(୫)- ଶ୍ରୀ ମନୋଜ ଦାସ