ଆବୁ ପୁରୁଷ (୪) || Abu Purusha (IV)
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
x.........x
“ମେରିଲିନ୍!”
“ମେରିଲିନ୍ ନୁହେଁ, ମିସ୍ ମେରିଲିନ୍ !”
ଶର୍ମା ଶଙ୍କିଗଲେ । ତା'ପରେ ପରିସ୍ଥିତିକୁ ସୁଗମ କରିଦେବା ଉଦ୍ଦେଶ୍ୟରେ କାଗଜଟି ଖୋଲି “ହେଇ ଦେଖ’’ ବୋଲି କହି ତାଙ୍କ ଆଡ଼କୁ ବଢ଼ାଇଦେଲେ ।
“ଦେଖୁଛି !” ଗମ୍ଭୀର କଣ୍ଠରେ କହିଲେ ମେରିଲିନ୍ ।
ଶର୍ମା ମ୍ଳାନ ଦେଖାଗଲେ । ସେ ଆବୁରେ ହାତ ବୁଲାଇବାକୁ ଲାଗିଲେ ।
ମିସ୍ ମେରିଲିନ୍ ହଠାତ୍ ବୁଲିପଡ଼ି ଶର୍ମାଙ୍କ ସାମନାକୁ ଆସିଗଲେ ଓ କହିଲେ :
‘‘ଶୁଣନ୍ତୁ, ମିଷ୍ଟର ଶର୍ମା ! ଏସବୁ କାଗଜ ନିହାତି ଦାୟିତ୍ୱହୀନ ଭଣ୍ଡ । ଆପଣଙ୍କୁ କେବଳ ଦୟନୀୟ ଅବସ୍ଥାରେ ପକାଇ ଯେ ଆପଣଙ୍କ ଫଟୋ ନେଇଛନ୍ତି ସେତିକି ନୁହେଁ, ରିପୋର୍ଟରେ ଲେଖିଛନ୍ତି - ଆପଣଙ୍କ ଆବୁ ଭିତରେ କୁଆଡ଼େ ଅତିଭୌତିକ ଶକ୍ତି ରହିଛି, କୁଆଡ଼େ ବହୁ ସଂଯମ ଓ ସାଧନା ସହକାରେ ଆପଣ ଏ ଆବୁ ବଢ଼ାଇଛନ୍ତି । ଫଳରେ ଗତ ଘଣ୍ଟାକ ଭିତରେ ଚାରିଜଣ ଟେଲିଫୋନ୍ କରିସାରିଲେଣି - ମିଷ୍ଟର ଶର୍ମା ହାତ ଦେଖ ଜାଣନ୍ତି କି ? ତାଙ୍କ ଆବୁରୁ କୌଣସି ଅପ୍ରାକୃତିକ ଜ୍ୟୋତି ବାହାରେ କି ? - ଆବୁ ଓ ଆଧ୍ୟାତ୍ମିକତା ସମ୍ପର୍କରେ ସେ ‘ବିଅର୍ସ ଓନ୍ଲି’ କ୍ଲବ୍ରେ ପଇଁତିରିଶ ମିନିଟ୍ ପାଇଁ ଏକ ଭାଷଣ ଦେବାକୁ ର ...