ଅଜ୍ଞାନର ବିଡମ୍ବନା || Ajnanara Bidambana
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
ଜୀବନର ପ୍ରହେଳିକାର ସମାଧାନ ଦିଗରେ ମଣିଷର ଅନ୍ବେଷଣ କେବେଠାରୁ ଆରମ ହେଲାଣି ? ସେ ସମାଧାନର ସୂତ୍ରଧର ଏବଂ ସତ୍ୟର ପ୍ରବକମାନଙ୍କର ବାରମ୍ବାର ଆବିର୍ଭାବ ସତ୍ତ୍ବେ କେତେକାଳ ଧରି ଅଜ୍ଞାନ ଅନ୍ଧକାରରେ ନିମଜ୍ଜିତ ରହିଛି ଏ ପୃଥିବୀର ମାନବକୁଳ ?
ଭାରତର ସର୍ବପ୍ରାଚୀନ ପରମ୍ପରା ଅନୁସାରେ ସତ୍ୟ, ତ୍ରେତୟା, ଦ୍ବାପର ଏବଂ କଳି ସମନ୍ବିତ ଯୁଗଚକ୍ରର ଘୂର୍ଣ୍ଣନ ଅବ୍ୟାହତ ରହିଛି ମହାକାଳର କୌଣସି ଏକ ଅଜ୍ଞେୟ ବିନ୍ଦୁରୁ - ଅନ୍ତତଃ ବିବର୍ତ୍ତନରେ ମଣିଷର ସୃଷ୍ଟିର ବହୁ ପୂର୍ବରୁ - ସମ୍ଭବତଃ ପ୍ରାଣର ସ୍ଫୁରଣ ମୁହୁର୍ତ୍ତରୁ । ଦଶାବତାର କିଂବଦନ୍ତୀର ପ୍ରଥମ ତିନି ଅବତାରଙ୍କ ବେଳେ ମଣିଷ ନଥିଲେ, ଯଦିଓ ସୁର ଏବଂ ଅସୁରମାନେ ବିଦ୍ୟମାନ ଥିଲେ । ଆଜିର ଚେତନାର ବିକାଶ ଧାରା ବୋଲି ଆମେ ଯାହା ବୁଝୁଛୁ, ପ୍ରାଣଶକ୍ତି ମଣିଷ ରୂପ ଗ୍ରହଣ କରିବା ପରେ ହିଁ ତାହାର ଆରମ୍ଭ ହୋଇଛି ବୋଲି ଆମର ଧାରଣା ।
ସେହି ବିକାଶଧାରାକୁ ଆଗେଇନେବା ନିମନ୍ତେ ହିନ୍ଦୁ ବିଶ୍ଵାସ ଅନୁସାରେ ଯେଉଁସବୁ ଅବତାର ଆସିଛନ୍ତି, ବୁଦ୍ଧ ମଧ୍ୟ ସେମାନଙ୍କର ଅନ୍ତର୍ଭୁକ୍ତ । କିନ୍ତୁ ବୌଦ୍ଧ ଶାସ୍ତ୍ର କହେ ଗୌତମ ବୁଦ୍ଧଙ୍କ ପୂର୍ବରୁ ଅନ୍ତତଃ ୨୭ ଜଣ ବୁଦ୍ଧ ମାନବତାକୁ ଆଲୋକଦାନ କରିବାର ପ୍ରୟା ...