ଆନନ୍ଦଙ୍କ ‘ଚମତ୍କାର’ || Anandanka 'Chamatkara'
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
ବୌଦ୍ଧବାଦର ବହୁ ଅବଦାନ ଭିତରୁ ଧ୍ୟାନ-ଶୃଙ୍ଖଳାର ପ୍ରବର୍ତ୍ତନ ଅନ୍ୟତମ । ତପସ୍ୟା ଓ ଯୋଗସାଧନାର ଅନିବାର୍ଯ୍ୟ ଆବଶ୍ୟକତା ରୂପେ ଧ୍ୟାନ ବିବେଚିତ ହେଉଥିଲା ବୈଦିକ ଯୁଗରୁ । କିନ୍ତୁ ବୌଦ୍ଧବାଦର ପ୍ରଭାବରେ କାଳକ୍ରମେ ତାହା ସାମୂହିକ ସ୍ତରରେ ମନସ୍ତାତ୍ତ୍ବିକ ଏବଂ ଏପରିକି ସାଧାରଣ ସ୍ୱାସ୍ଥ୍ୟଭିରିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ‘ଜେନ୍ ବୁଦ୍ଧିଜୀମ୍’ର ‘ଜେନ୍’ ଶବ୍ଦହି ଧ୍ୟାନର ଅପଭ୍ରଂଶ ।
x....x
ବୌଦ୍ଧବାଦ ଏବଂ ପରବର୍ତ୍ତୀ କାଳରେ ତା’ର ବିକଳ ରୂପେ ପ୍ରସାରିତ ଶଙ୍କରାଚାର୍ଯ୍ୟଙ୍କ ମାୟାବାଦକୁ ଜୀବନ-ବିରୋଧୀ ଅଥବା ପଳାୟନବାଦୀ ଦର୍ଶନ ବୋଲି କହିବାକୁ ପ୍ରବୃତ୍ତି ହେଉନାହିଁ - ଯଦିଓ ସେଭଳି ଆଖ୍ୟାୟନ ଭୁଲ୍ ହେବ ନାହିଁ । କିନ୍ତୁ ସେଭଳି ସଂକ୍ଷିପ୍ତ ପରିଚୟ ଦୁଇ ଦର୍ଶନର ସର୍ବାଙ୍ଗୀନ ମହତ୍ତ୍ବକୁ ହ୍ରାସ କରିଦେଖାଇବ । ବୁଦ୍ଧଦେବଙ୍କ ମହାନୁଭବତା ଏବଂ କରୁଣା, ଶଙ୍କରାଚାର୍ଯ୍ୟଙ୍କ ବୁଦ୍ଧି ଓ ବିଜ୍ଞତା ଅପରିସୀମ । ମନେହୁଏ ଉଭୟ ବ୍ୟକ୍ତିତ୍ବ ସେମାନଙ୍କ ପ୍ରବର୍ତ୍ତିତ ଦର୍ଶନଠାରୁ ମହତ୍ତର । କାରଣ ସେମାନଙ୍କ ଦର୍ଶନର ବହୁବିଧ ବ୍ୟାଖ୍ୟା ଓ ଅନୁସରଣ ପଦ୍ଧତି ଭିତରେ ସେମାନେ ବିକ୍ଷିପ୍ତ ହୋଇଯାଆନ୍ତି । କିନ୍ତୁ ଯେତେବେଳେ ସେମାନଙ୍କ ମ ...