ଆଦର୍ଶ ବନାମ ଆଦର୍ଶ || Adarsha Banama Adarsha
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
x.....x
ହିନ୍ଦୁ କିମ୍ବଦନ୍ତୀ ମଧ୍ୟ କର୍ମଫଳ ଭୋଗର ଏହି ଅନିବାର୍ଯ୍ୟତା ଜାହିର କରେ । ତେବେ ହିନ୍ଦୁ ପରମ୍ପରାର ଉତ୍ସ ଯେଉଁ ଆଧ୍ୟାତ୍ମିକ ଚେତନା, ତା’ର ପରିସର ବ୍ୟାପକ ।
ସେ ଯାହାହେଉ, ଆପାତତଃ ଯେଉଁ କଥାଟି ଏଠାରେ ଆଶୁ ପ୍ରାସଙ୍ଗିକ, ତାହା ଏହିପରି :
ଋଷି ଅଷ୍ଟବକ୍ର ଥିଲେ ସାଧାରଣ ଦୃଷ୍ଟିରେ ଅସୁନ୍ଦର । ସେ ଯାଇ ବ୍ରହ୍ମାଙ୍କୁ କହିଲେ, “ଆପଣ ସୃଷ୍ଟିକର୍ତ୍ତା । ଆପଣ ମୋ କଳେବରର ବକ୍ରତା ଦୁରକରି ମୋତେ ପୁନଃସୃଜନ କରନ୍ତୁ ।”
“ପାରିବି ନାହିଁ, ବତ୍ସ ! ତୁମ ପ୍ରାରବ୍ଧ ତୁମକୁ ଭୋଗ କରିବାକୁ ହିଁ ପଡ଼ିବ ।” ଉତ୍ତର ଦେଲେ ବ୍ରହ୍ମା ।
ଅଷ୍ଟବକ୍ର ଯାଇ ବିଷ୍ଣୁଙ୍କୁ ଭେଟି କହିଲେ, “ଆପଣ ଏ ବିଶ୍ବବ୍ୟାପ୍ତ ଜୀବନର ପାଳନକର୍ତ୍ତା । ମୋତେ ତ ଦୈନିକ ଭୋଜ୍ୟ ମିଳୁନାହିଁ । ମୁଁ ଯେମିତି ଆପଣଙ୍କ ପ୍ରତିପାଳିତ ପ୍ରାଣୀ ଜଗତର ବାହାରେ !”
“ତୁମର ପ୍ରାରବ୍ଧ ତୁମକୁ ଭୋଗିବାକୁ ପଡ଼ିବ, ବତ୍ସ !” ବିଷ୍ଣୁ ଅସହାୟପ୍ରାୟ କହିଲେ ।
ଅଷ୍ଟବକ୍ର ଯାଇ ପହଞ୍ଚିଲେ ଶିବଙ୍କ ସମୀପରେ ।
“ହେ ମହାଦେବ ! ଆପଣ ପରା ପରମ ସଂହାରକ ? ମୋର ଏ ଜୀବନ ଲୋଡ଼ା ନାହିଁ । ମୋତେ ସଂହାର କରନ୍ତୁ ।” ସେ ନିବେଦନ କଲେ ।
“ତୁ ...