ଧୂମାଭ ଦିଗନ୍ତ- (ଏକ) || Dhumabha Diganta (I)
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
ଝଡ଼ବେଳେ ପ୍ରଜାପତିମାନେ କରନ୍ତି କ’ଣ ? - ଅନେକ ସମୟରେ ମୁଁ ଏ ପ୍ରଶ୍ନକୁ ନେଇ ଚିନ୍ତାରେ ପଡ଼େ ।
କେବେ କେବେ ଦୁରନ୍ତ ପବନରେ ପକ୍ଷୀମାନେ ଆକାଶରେ କଲବଲ ହେବାର ଦେଖିଲେ ବଡ଼ ବିମର୍ଷ ବୋଧକରେ । ସେମାନଙ୍କର ସେତେବେଳର ଗତିର ସେ ଛନ୍ଦହୀନତାରେ ଅନୁଭବ କରେ ଏକ ଜାତୀୟ ଆଧୁନିକ କବିତା ପଠନ ବେଳର ଅସହାୟ ବୋଧ । ଆଉ ଯେତେବେଳେ ଅଚାନକ ଘୂର୍ଣ୍ଣିବାତ୍ୟାରେ କେତୋଟି ଶୁଖିଲାପତ୍ର ଉର୍ଦ୍ଧଗତି ହୋଇ ଅଦୃଶ୍ୟ ହୋଇଯାନ୍ତି, ସେତେବେଳେ ମନେହୁଏ - ମୁଁ ବି ହଜିଗଲି ।
କିନ୍ତୁ ସେଭଳି ଝଡ଼, ବିହଙ୍ଗ ଅଥବା ଶୁଖିଲାପତ୍ର କଥା ବହୁକାଳ ପରେ, ଗୋଟାଏ ପରୀକାହାଣୀ ପଢ଼ିବାବେଳେ ବା କାହିଁକି ମନେପଡ଼ିବ, ସେକଥା ବୁଝୁନଥିଲି ।
x.....x
ଆକୈଶୋର ବିଦେଶର ମହାନଗରୀମାନଙ୍କରେ ଜୀବନ ବିତାଇ ଆଲୋକ ପ୍ରତି ଅଭ୍ୟସ୍ତ ହୋଇପଡ଼ିଛି ସତ୍ୟ; କିନ୍ତୁ ବାଳୁତ କାଳରେ ଅନୁଭୂତ ଗ୍ରାମର ଅନ୍ଧକାର ବିସ୍ମୃତ ହୋଇନାହିଁ । ସହରରେ ଅନ୍ଧକାର ବୋଇଲେ ଆଲୋକର ଅନୁପସ୍ଥିତି ମାତ୍ର । ଗ୍ରାମର ଅନ୍ଧକାର କିନ୍ତୁ ଭୟାବହ ପ୍ରାଣବନ୍ତ । ସେଥିରେ ପୁଣି ଥାଏ ବନ୍ୟା ଭଳି ଏକ ଗତିଶୀଳ ଆବେଗ ।
ମୋ ଶୈଶବକାଳରେ ଆମ ଗ୍ରାମର ଏମନ୍ତ ଅନ୍ଧକାର ସବୁଠୁଁ ପ୍ରଚଣ୍ଡ ରୂପ ନେଉଥୁଲ ...