ମହାପରିନିର୍ବାଣ || Mahaparinirbana
ମହାପରିନିର୍ବାଣ || Mahaparinirbana

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

x.....x

ପ୍ରତ୍ୟାବର୍ତ୍ତନ କରିଛି ବୁଦ୍ଧଙ୍କ ମହାପରିନିର୍ବାଣ ପୀଠ କୁଶୀନଗରରୁ ୤ ଗତକାଳି ନେପାଳ ଅନ୍ତର୍ଗତ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଦର୍ଶନ ଅନ୍ତେ ଆଜି ତାଙ୍କ ତିରୋଧାନସ୍ଥଳୀ ଦର୍ଶନର ଅଭିଜ୍ଞତା ମନକୁ ଆଲୋଡିତ କରୁଥିଲା ଏକ ବିଚିତ୍ର ଭାବନାରେ ୤ ମୋ ଚେତନାର ଦିଗନ୍ତରୁ କେହି ଯେମିତି ମୋତେ ବିଦ୍ରୂପ ଭରେ କରୁଥିଲା ଏହି ପ୍ରଶ୍ନ: ପର ପର ଦୁଇଦିନ ଭିତରେ ଏକ ମହାଜୀବନର ଆରମ୍ଭ ଓ ସମାପ୍ତିର ସ୍ମୃତି ସମ୍ବଳିତ ସ୍ଥଳ ଦେଖିଦେଇ ସେ ଜୀବନର ତାତ୍ପର୍ଯ୍ୟ ଆକଳନ କରି ପକାଇଲୁ ପରା!

ବୁଦ୍ଧଙ୍କ ଜନ୍ମ ଓ ମହାନିର୍ବାଣ ଭିତରେ ମାତ୍ର ଅଶୀବର୍ଷରୁ ସାମାନ୍ୟ ଅଧିକ କାଳର ବ୍ୟବଧାନ ୤ କିନ୍ତୁ ବିଗତ ଅଢେଇ ହଜାର ବର୍ଷର ଇତିହାସ ଉପରେ ସେହି କେତୋଟି ବର୍ଷର ପ୍ରଭାବ ଅତୁଳନୀୟ ୤ ଅନାଗତ କାଳକୁ ମଧ୍ୟ ବ୍ୟାପ୍ତ ରହିଥିବ ତାଙ୍କ ପ୍ରଭାବ ୤

x…….x

ଶେଷ ସମୟ ଯେତିକି ନିକଟରେ ହେଉଥିଲା, ବୁଦ୍ଧ ଜିଜ୍ଞାସୁମାନଙ୍କ ଯାବତୀୟ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ସେତିକି ମାତ୍ରାରେ ଅଧିକ ତତ୍ପର ହେଉଥିଲେ । ତାହା ନିଜକୁ ବ୍ୟକ୍ତ କରିବାର ବ୍ୟଗ୍ରତା ନୁହେଁ, ଉଣା ନୁହେଁ, ତାହା ନିର୍ମଳ କରୁଣା । ସଚ୍ଚା ଜିଜ୍ଞାସୁଟିଏ ଯେମିତି ତା’ର ପ୍ରାପ୍ୟ ପ ... 

Leer más