ଧୂମାଭ ଦିଗନ୍ତ (ଦୁଇ) || Dhumabha Di...
ଧୂମାଭ ଦିଗନ୍ତ (ଦୁଇ) || Dhumabha Diganta (II)

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

ଅର୍ଦ୍ଧଶତାବ୍ଦୀ ଭିତରେ ପୃଥିବୀରେ ବହୁ ପ୍ରଗତିଶୀଳ ଘଟଣା ଘଟିଥିଲା । ସେ ସବୁର ପ୍ରଭାବ ଆମ ଗ୍ରାମ ଉପରେ ମଧ୍ୟ କମ୍ ପଡ଼ିନଥିଲା । ଉଦାହରଣତଃ, ସହର ପ୍ରତ୍ୟାଗତ ଜଣେ ଦୁଇଜଣ ସ୍ବଚ୍ଛଳ ଗ୍ରାମୀଣ ନିଜ ନିଜ ସପରିବାରିକ ଫୋଟୋମାନ ଉଠାଇ ନେଇଆସି ସ୍ୱ-ସ୍ବ ଗୃହରେ ଦେବଦେବୀ, ସମୁଦ୍ରମନ୍ଥନ, କାଳୀୟ-ଦଳନ ଇତ୍ୟାଦିର ରଙ୍ଗିନ ଚିତ୍ରପଟମାନଙ୍କ ମଝିରେ ମଝିରେ ଟଙ୍ଗାଇ ଦେଇଥିଲେ । ଜଣେ ବ୍ୟକ୍ତି ଏକ ସାପ୍ତାହିକ ସମ୍ବାଦପତ୍ରର ଗ୍ରାହକ ହୋଇଥିଲେ । ସର୍ବୋପରି ଆମ ଗ୍ରାମଠୁଁ ମାତ୍ର ଦେଢ଼କ୍ରୋଶ ଦୂରରେ, ଏକ ଆଧୁନିକତର ଗ୍ରାମରେ, ଡାକଘର ସମେତ ଦେଢ଼ବଖରାବିଶିଷ୍ଟ ସରକାରୀ ଡାକ୍ତରଖାନାଟିଏ ଖୋଲିଥିଲା ଏବଂ କେବଳ ଯେ ଜ୍ବରଗ୍ରସ୍ତ ଲୋକେ ସେଠାକୁ ଯାଇ କାଖତଳେ ଥର୍ମୋମିଟର ଗୁଞ୍ଜି ଉତ୍ତାପତକ ବାହାର କରି ନେଇ ବାହାରେ ଝାଡ଼ିଦେବାକୁ ଡାକ୍ତରଙ୍କୁ ଅନୁରୋଧ କରୁଥିଲେ ସେତିକି ନୁହେଁ, ଖଣ୍ଡିଆଖାବରା ହୋଇଥିବା ଲୋକେ ମଧ୍ୟ କମ୍ପାଉଣ୍ଡରଙ୍କୁ ନେହୁରା ହୋଇ ଥର୍ମୋମିଟର୍‌ ସେବନ କରି ଉପକାର ପାଉଥିଲେ ୤

x......x

ପ୍ରଥମେ ଲିଲି ଥିଲା ଏକ ଝିଅ । ଦ୍ବିତୀୟରେ ଏଗାରବର୍ଷ ବୟସ ବେଳକୁ ଆମ ଗ୍ରାମ କନ୍ୟାମାନେ ଶାଢ଼ି ପିନ୍ଧି ଝୁଣ୍ଟିହେବା ସ୍ତର ବହୁକାଳରୁ ଅତିକ୍ରମ କର ... 

Leer más