ଅରଣ୍ୟରେ ଏକ ପ୍ରଭାତ || Aranyare Eka Prabhata
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
x.....x
ସେ ରାତିର ଅପୂର୍ବ ଅନୁଭୂତି ପାସୋରିବା ସମ୍ଭବ ନୁହେଁ । ଜହ୍ନପ୍ଲାବିତ ଅରଣ୍ୟ । ମଧ୍ୟେ ମଧ୍ୟେ ଅପରିଚିତ ଜୀବଜନ୍ତୁ ଓ ପକ୍ଷୀଙ୍କ ଆବାଜ୍ । ନିଶୀଥରେ ଗଛଲତାମାନେ ସେମାନଙ୍କ ନିଜସ୍ବ ପ୍ରାଣସତ୍ତାରେ ଉଚ୍ଛଳ ଦିଶୁଥିଲେ । ଆଶାକରେ ମଣିଷଟିଏ ଚେଇଁରହି ସେମାନଙ୍କୁ ଲକ୍ଷ୍ୟ କରୁଛି ବୋଲି ସେମାନେ ଜାଣୁନଥିଲେ। ତେଣୁ ମନେହେଲା, ସେମାନେ ପରସ୍ପର କଥାଭାଷା ହେଉଥିଲେ ମନେହେଉଥିଲା, ଜହ୍ନ ଆଲୁଅ ଭିତରେ ସଞ୍ଚରଣ କରୁଥିବା କୌଣସି ଅଦୃଶ୍ୟ ତରଙ୍ଗ ଏକପ୍ରକାର ସଙ୍ଗୀତ ବିତରଣ କରୁଥିଲା, ଯାହାର ସ୍ବର କଦାପି ମଣିଷ କାନରେ ପଡ଼ିବ ନାହିଁ, କିନ୍ତୁ ତାହା ସହ ଏକାତ୍ମ ହେବା ସମ୍ଭବ ଓ ତାକୁ ଅନୁଭବ କଲେ ଏକ ଭିନ୍ନ ଜଗତ ସହ ଯୋଗାଯୋଗ ମାର୍ଗ ଖୋଲିଯିବ।
ଅରଣ୍ୟର ସେହି ନିଷିଦ୍ଧ ଇଲାକାରେ, ସେହି ନିସ୍ତବ୍ଧ ଓ ନିର୍ଜନ ରଜନୀରେ, ମନେ ହୋଇଥିଲା ସେହିଭଳି ଯୋଗାଯୋଗର ଦ୍ବାରଦେଶ ଯାଏଁ ଯାଇ ଯେମିତି ମୁଁ ଅଟକିଯାଉଛି । ସେପାରିକୁ ଯିବାର ପ୍ରସ୍ତୁତି ନାହିଁ ସମ୍ଭବତଃ । ତଥାପି ସେତିକି ଅନୁଭୂତି ଥିଲା ସେ ଅରଣ୍ୟର ଆଶୀର୍ବାଦ । ଆଶ୍ଚର୍ଯ୍ୟ ! ଉପର୍ଯ୍ୟୁପରି ତିନିରାତିର ଅନିଦ୍ରା ସତ୍ତ୍ବେ, ସେମିତି ଅରଣ୍ୟ ଅବଲୋକନ ଭିତରେ ସମସ୍ତ କ୍ଳାନ୍ତିର ଅପନୋଦନ ହୋଇ ...