ଆବୁ ପୁରୁଷ (୨) || Abu Purusha (II)
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
x.......x
ଗ୍ରୀନ୍ରୁମ୍ ଭିତରେ ଅତି ଆରାମଦାୟକ ଚେୟାର୍ରେ ତାଙ୍କୁ ବସାର ଦୁଇଜଣ ସ୍ମିତହାସିନୀ ମହିଳା ତାଙ୍କ ଆବୁଦେଶରେ ଏକନିଷ୍ଠ ଭାବରେ ପାଉଡର୍ ବୋଳିବାକୁ ଲାଗିଲେ । “ନ ହେଲେ ଉଜ୍ଜ୍ବଳ ଆଲୋକର ପ୍ରତିଫଳରେ ଆପଣଙ୍କ ଅଦ୍ବିତୀୟ ଆବୁ ଏକ ବନ୍ଦରସ୍ଥିତ ଲାଇଟ୍ହାଉସ୍ ଭଳି ପ୍ରତୀୟମାନ ହେବ ।” – ସେମାନେ ମଧୁର ହାସ୍ୟ ସହକାରେ ବୁଝାଇଦେଲେ ।
ଶର୍ମା ହଠାତ୍ ଟିକିଏ ଆତଙ୍କିତ ଅନୁଭବ କଲେ । ଜନତା କୁ ସେ ସର୍ବଦା ଭୟ କରନ୍ତି । ଏକାକୀ ଅବସ୍ଥାରେ ଯେଉଁ ମଣିଷ ଥାଏ ଭଦ୍ର, ସହାନୁଭୂତିଶୀଳ, ଗହଳି ଭିତରେ ସେଇ ମଣିଷ ବନିଯାଏ ନିହାତି ଦାୟିତ୍ବହୀନ, ବିବେକହୀନ । ଭାରତରେ ସିନେମା ଧିୟଟର୍ ଦେଖିଯୀବା ସେ ପ୍ରାୟ ଛାଡ଼ିଦେଇଥିଲେ । ବିରତି ହେବାମାତ୍ରେ ଚେନଚୁର ଚର୍ବଣ ସଙ୍ଗେ ସଙ୍ଗେ ତାଙ୍କ ଆବୁ ଉପରେ ଚାଲୁଥିଲା ଟୀକାଟିପ୍ପଣୀ ।
ଫିଚର୍ ପ୍ରୋଡ୍ୟୁସର୍ ହୁଏତ ହଠାତ୍ ତାଙ୍କ ମନୋଭାବ ବୁଝିପାରିଲେ । ସେ କହିଲେ, “ମି. ଶର୍ମା ! ଆପଣ ବୋଧହୁଏ ପୂର୍ବରୁ କେବେ ଟି.ଭି. ବା ଫିଲମ୍ରେ ଅଂଶ ଗ୍ରହଣ କରିନାହାନ୍ତି, ମାତ୍ର ପାଞ୍ଚ ଦଶଜଣ ମଣିଷଙ୍କ ଆଗରେ ଛିଡ଼ା ହୋଇ ବକ୍ତୃତା ଦେବାକୁ ହେଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ସମ୍ପର୍କରେ ଆପନଙ୍କୁ ସଜା ...