ଧୂମାଭ ଦିଗନ୍ତ (ସାତ) || Dhumamba Di...
ଧୂମାଭ ଦିଗନ୍ତ (ସାତ) || Dhumamba Diganta (VII)

SUSHRUTI-The Auditory Versions of Creations by Manoj Das by World of Manoj Das

Episode notes

ପରୀ କାହାଣୀ ବହିଟି କେତେବେଳୁ ସେମିତି ମୋ କୋଳରେ ଖୋଲାହୋଇ ରହିଥାଏ । ସମୟଜ୍ଞାନ ଲୁପ୍ତ ହୋଇଥିଲା । ମୁଁ ଲିଲି କଥା ଭାବିଚାଲିଥିଲି ।

ପୁଣି ପଢ଼ିବାରେ ମନୋନିବେଶ କଲି ।

ଅରଣ୍ୟ ସୀମାନ୍ତରେ ପର୍ବତ ଉପରେ ଥିଲା ଏକ ଆହତ ଦାନବ । ବର୍ଷକରେ ଥରେ ରାଜ୍ୟର ଲୋକେ ସେ ଦାନବକୁ ଯନ୍ତ୍ରଣା ଦେବାକୁ ଆସନ୍ତି । ଦାନବଟି ଗୁମ୍ଫା ଭିତରେ ପଶିଥାଏ । ଲୋକେ ନିଆଁହୁଳା ଫୋପାଡ଼ି ତାକୁ ବାହାର କରି ଆଣିବାକୁ ଉଦ୍ୟମ କରନ୍ତି । ସେ ବାହାରେ ନାହିଁ । ଦାରୁଣକ୍ରୋଧରେ ଗର୍ଜନ କରେ । ସାରାଦିନ ଏ ଉତ୍ସବରେ ମତ୍ତ ରହି କ୍ଲାନ୍ତ ହୋଇ ସନ୍ଧ୍ୟାବେଳକୁ ଲୋକେ ଫେରିଯାନ୍ତି ।

ଦିନେ ସେହି ସମାବେଶ ପ୍ରତି ଆକୃଷ୍ଟ ହୋଇ ପୂର୍ବକ କନ୍ୟାଟି ଗୁମ୍ଫା ପାଖକୁ ଚାଲିଯାଇଥିଲା । ବିଷଣ୍ଣ ଚିତ୍ତରେ ଦୂରରେ ଠିଆହୋଇ ଦେଖିଥିଲା ବିଚରା ଦାନବ ପ୍ରତି ସେ ଅତ୍ୟାଚାର ।

ତାପରେ ସଭିଏଁ ଚାଲିଯିବା ପରେ ବି ସେ ସେମିତି ଠିଆହୋଇ ରହିଥିଲା ।

ଆହତ ଦାନବ ମଧ୍ୟରାତ୍ରରେ ଧୀରେ ଧୀରେ ଗୁମ୍ଫା ଭିତରୁ ବାହାରି ଆସିଥିଲା । ପୂର୍ଣ୍ଣମୀରାତି । କନ୍ୟାଟିର ସହାନୁଭୂତିପୂର୍ଣ୍ଣ ଚାହାଣିରେ ସେ ପାଇଥିଲା ନବଜୀବନ । ତା’ ସଂସ୍ପର୍ଶରେ ଆସି ସେ ଅଭିଶାପରୁ ମୁକ୍ତି ପାଇ କ୍ରମେ ର ... 

Read more