ଧୂମାଭ ଦିଗନ୍ତ (ପାଞ୍ଚ) || Dhumabha ...
ଧୂମାଭ ଦିଗନ୍ତ (ପାଞ୍ଚ) || Dhumabha Diganta (V)

SUSHRUTI-The Auditory Versions of Creations by Manoj Das by World of Manoj Das

Episode notes

x......x

ସକାଳଠୁଁ ମୁଁ ଅନୁଭବ କରୁଥିଲି ବିଚିତ୍ର ଶିହରଣ । ପରିଣତ ବୟସରେ ଅଚାନକ ଥରେ ଥରେ ଦମକାଏ ପବନର ସ୍ପର୍ଶରେ ଅଥବା କୌଣସି ପୁଷ୍ପଗୁଚ୍ଛର ବାସ୍ନାରେ ଅହେତୁକୀ ଭାବରେ ବହୁ ହୃତ ବସନ୍ତର ସ୍ମୃତି ଆସି ଚେତନାକୁ ଦୋହଲାଇଦେଲେ- ମୁହୁର୍ତ୍ତକ ପାଇଁ ଯେମିତି ଲାଗିଛି, ସେଦିନ ସାରା ସକାଳଓଳି ଯାକ ହୃଦୟରେ ସେହିଭଳି ଉତ୍‌ଫୁଲ୍ଲ ଆଲୋଡ଼ନ ଅନୁଭବ କରିଥିଲି ।

ପାହାଡ଼ ଶୀର୍ଷକୁ ଇତିପୂର୍ବେ ଥରେ ଦୁଇଥର ମାତ୍ର ଯିବାର ସୁଯୋଗ ଘଟିଥିଲା- କହିବା ବାହୁଲ୍ୟ, ବଡ଼ମଣିଷଙ୍କ ତତ୍ବାବଧାନରେ, ସେମାନଙ୍କ ଦୟାରେ । ବିନା ଅଭିଭାବକରେ, ଆପଣା ସାହସ, ଅନୁସନ୍ଧିତ୍ସା ଓ ଆନନ୍ଦର ପ୍ରେରଣାରେ ସେହି ନିଷିଦ୍ଧ ଅଞ୍ଚଳକୁ ଯିବାର ପ୍ରସ୍ତୁତି ଆମ ନିଜ ନିଜ ଜୀବନର କ୍ରମବିକାଶ ଧାରାରେ ଥିଲା ଏକ ପ୍ରଚଣ୍ଡ ଘଟଣା । ଲିଲିର ଅମୂଲ୍ୟ ସାହଚର୍ଯ୍ୟ ଯୋଗୁଁ ହୋଇନଥିଲେ ସେଭଳି ପଦକ୍ଷେପ ଆମେ ନେଇପାରିନଥାନ୍ତୁ ।

ସହରର ସୁଷମ ପଥ ଘାଟ ପ୍ରତି ଅଭ୍ୟସ୍ତ ଲିଲିକୁ ଆମ ସହ ତାଳଦେଇ ଚାଲିବାକୁ ନିଶ୍ଚୟ ବହୁତ ଅସୁବିଧା ଲାଗିଥିବ; କିନ୍ତୁ ସେ ଅବିଚଳିତ ଭାବରେ ସବୁ ସହିନେଉଥାଏ । ଥରେ ମଧ୍ୟ ଅଭିଯୋଗ କରିନାହିଁ, ଏପରିକି ପାହାଡ଼ ଚଢ଼ିବାବେଳେ ମଧ୍ୟ ନୁହେଁ ।

x..... ... 

Read more