ଧୂମାଭ ଦିଗନ୍ତ (ତିନି) || Dhumabha Diganta (III)
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
x....x
ଲିଲି ହସ ହସ ମୁହଁରେ ସେ ଦୁହିଁଙ୍କ ପିଠି ଥାପୁଡ଼ାଇଦେଲା । ତାପରେ ହଟୁ ମୁହଁ ପାଖରେ ଖଣ୍ଡିଏ ରୁମାଲ ଧରି କହିଲା, “ନିଅ, ଶିଙ୍ଗାଣିତକ ପୋଛିପକାଅ !”
ଶିଙ୍ଘାଣି ପୋଛିବା ପାଇଁ ଖଣ୍ଡିଏ ସୁବାସିତ ରଙ୍ଗିନ୍ ରୁମାଲ ବ୍ୟବହାର କରିବାର ପ୍ରସ୍ତାବ ହଟୁକୁ ସ୍ଵାଭାବିକତଃ କିଂକର୍ତ୍ତବ୍ୟବିମୂଢ଼ କରିଦେଲା ।
“ଜେଜେଙ୍କ କ୍ଲିନିକ୍ରେ ରୋଗୀମାନଙ୍କ ସେବା କରିବା ପାଇଁ ମୋତେ ବଡ଼ ସୁଖ ଲାଗେ”- କହୁଁ କହୁଁ ଲିଲି ନିଜେ କାମଟି ସମାଧାନ କରି ରୁମାଲ ଖଣ୍ଡିକୁ ଘରଗୋଟାଏ କୋଣକୁ ଫୋପାଡ଼ିଦେଲା ।
ଏହାପରେ ତା ଦୃଷ୍ଟି ଆକୃଷ୍ଟ ହେଲା ହାଡୁ ପ୍ରତି । “ଖୋଲ, ତମ ପେଣ୍ଟର ବୋତାମ ଖୋଲ ।” ସେ ନିର୍ଦ୍ଦେଶଦେଲା ।
ଏଥିରେ କେବଳ ଯେ ବିଚାରା ହାଡୁ ବିକଳ ଦେଖାଗଲା ତାହା ନୁହେଁ, ମୁଁ ମଧ୍ୟ ଲାଜେଇଗଲି । ହଟୁ ଭିତରେ କିନ୍ତୁ ତା ସ୍ବଭାବସିଦ୍ଧ ନେତୃତ୍ୱଗୁଣ ଏକ ସାମୟିକ ସଙ୍କଟ ପରେ ପରେ ପୁଣି ତେଜୀୟାନ୍ ହୋଇଉଠୁଥାଏ । ସେ ହାଡୁକୁ ଧମକଦେଲା, “ଆରେ, ଖୋଲ !”
“ଛିଃ, ଏମିତି ପାଟି କରୁଛ କାହିଁକି ?”- କହି, ହଟୁ ଆଡ଼କୁ ସସ୍ନେହ ଭର୍ତ୍ସନାସୂଚକ ଆଖିରେ ଅନାଇ, ଲିଲି ନିଜେ ହାଡୁର ପେଟିର ବୋତାମ ଖୋଲିବାକୁ ଲାଗିଲା । ଲିଲିର ଉଦ୍ ...