ଏକ ଉଦ୍ୟାନ-ଏକ ଇତିହାସ || Eka Udyana- Eka Itihasa
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
x…..x
ଅଧ୍ୟାପକ ଅଞ୍ଜନୀ କୁମାର ପ୍ରସ୍ତାବ କଲେ, “ଚାଲନ୍ତୁ, ମଘର ବୁଲି ଆସିବେ ।”
“ମଘର ? ମାନେ ସନ୍ଥ କବୀରଙ୍କ ସ୍ମତିପୂତ ମଘର ?
“ଠିକ୍ । ଯିବା ଆସିବା ଏବଂ ଦର୍ଶନ-ତିନି ଘଣ୍ଟା ଭିତରେ ସମାଧା ହୋଇଯିବ ।” ବନ୍ଧୁ ଜଣାଇଲେ ।
ମଘର ଖାଲି ସନ୍ଥ କବୀର (୧୪୪୦-୧୫୧୮)ଙ୍କ ତିରୋଧାନ ସ୍ଥଳୀ ନୁହେଁ, ଆମର କୁସଂସ୍କାର ଏବଂ ଅନ୍ଧବିଶ୍ବାସ ପ୍ରତି ତାଙ୍କ ଉପହାସର ପ୍ରତୀକ । ଜନଶ୍ରୁତି ଥାଏ, ଯିଏ ବାରାଣାସୀରେ ପ୍ରାଣତ୍ୟାଗ କରିବ, ସେ ହେବ ସିଧାସଳଖ ସ୍ୱର୍ଗବାସୀ, ଯିଏ ମଘରରେ ମରିବ, ସିଏ ହେବ ନରକପଥଗାମୀ । ମଘରରେ ମରିବାର ସିଦ୍ଧାନ୍ତ କରି ଅନ୍ଧବିଶ୍ୱାସ ବିରୋଧୀ ସନ୍ଥ କବୀର ତାଙ୍କ ଜୀବନର ଶେଷ ପର୍ଯ୍ୟାୟ ସେଇଠାରେ କରିଥିଲେ ଅତିବାହିତ ।
x.....x
ଗୁରୁ ରାମାନନ୍ଦ ତାଙ୍କ ଜାତିଗୋତ୍ର ସମ୍ପର୍କରେ ସନ୍ଦିହାନ ଥିବାରୁ ତାଙ୍କୁ ରାମ ନାମରେ ଦୀକ୍ଷିତ କରିବାକୁ ନାସ୍ତି କରନ୍ତେ ଦିନେ ପ୍ରତ୍ୟୁଷରେ ସେ ଗଙ୍ଗାଘାଟ ପାହାଚ ଉପରେ ଶୋଇ ରହିଲେ । ଅନ୍ଧାର ଅପସରି ନାହିଁ । ରାମାନନ୍ଦଜୀ ସ୍ନାନ ସମାପନାନ୍ତେ ଉପରକୁ ଉଠିବାବେଳେ ବାଳକ ଉପରେ ପାଦ ପଡ଼ିଯିବା ମାତ୍ରେ ଚମକିପଡ଼ି କହି ପକାଇଲେ, “ରାମ, ରାମ !”
“ପ୍ରଣାମ ଗ ...