ନିର୍ବାଣ ଅନିର୍ବାଣ || Nirbana Anirb...
ନିର୍ବାଣ ଅନିର୍ବାଣ || Nirbana Anirbana

SUSHRUTI-The Auditory Versions of Creations by Manoj Das by World of Manoj Das

Episode notes

x.....x

ଗୌତମ ବୁଦ୍ଧଙ୍କ ଘନ ଘନ ଆଗମନର କିଛି ପୂର୍ବରୁ ମହାବୀର ଜୀନ ମଧ୍ୟ ରାଜଗୃହରେ ବିତାଉଥିଲେ ବର୍ଷା କାଳ ୤ ଚଉଦଟି ବର୍ଷା ଋତୁ ସେ ଅତିବାହିତ କରିଛନ୍ତି ଏଠି । ଅପେକ୍ଷାକୃତ ଭଳି ଏକ ପ୍ରଶସ୍ତ ସ୍ଥାନରେ କାମନାବାସନାର ଅସାରତା, ଗତାନୁଗତିକ ଜୀବନରୁ ତୃପ୍ତି ଲାଭର ଯେଉଁ ଆଶା, ତା’ର ଅଳୀକତା ଉପରେ ପ୍ରବଚନ ଦେଉଥାନ୍ତି ମହାବୀର । ଉପତ୍ୟକାର ଜନବସତି ଭିତରେ ଏକା ସମୟରେ ଅନୁଷ୍ଠିତ ହେଉଥାଏ ରାଜଗୃହର ପାରମ୍ପରିକ ବାର୍ଷିକ ପର୍ବତ-ଉତ୍ସବ । ସେ ଉତ୍ସବର ବିଶେଷ ଆକର୍ଷଣ ଥିଲା ଯୁବତୀମାନଙ୍କର ଉଦ୍ଦାମ ନୃତ୍ୟ । ଏକଦା ସାରୀପୁତ୍ତ ଏବଂ ତାଙ୍କ ବନ୍ଧୁ ମୋଗଲ୍ଲନ ଅର୍ଦ୍ଧରାତ୍ର ଯାଏ ତାହା ଉପଭୋଗ କରୁଥିଲେ । ହଠାତ୍ ସାରୀପୁତ୍ତ ଉଠିପଡ଼ି ମୋଗଲ୍ଲନଙ୍କ ବାହୁଝିଙ୍କି ତାଙ୍କୁ ସମାବେଶ ବାହାରକୁ ନେଇଆସିଲେ ।

ଏ ବୃତ୍ତାନ୍ତ ପଢ଼ିଥିଲି । ଆଜି ଟିକିଏ କ୍ଲାନ୍ତି ବଶତଃ ଆଖି ବୁଜି ଆସନ୍ତେ ସତେ ଅବା ଶୁଣୁଥିଲି ସେ ଦୁହିଁଙ୍କ ସଂଳାପ:

“କ'ଣ ହେଲା, ସାରୀପୁତ୍ତ ?” ପ୍ରଶ୍ନ କଲେ ମୋଗଲ୍ଲନ ୤

“କେତେ କାଳ ଚାଲିବ ଏ ନୃତ୍ୟ ଗୀତ ?” ପ୍ରତି-ପ୍ରଶ୍ନ କଲେ ସାରୀପୁତ୍ତ ।

“ହୁଏତ ରାତ୍ରବ୍ୟାପୀ- ଅଥବା ନର୍ତ୍ତକୀମାନେ କ୍ଲାନ୍ତ ହେବା ଯ ... 

Read more