ନିରଞ୍ଜନା ତୀରେ || Niranjana Tire
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
ଉଦୟ-ସୂର୍ଯ୍ୟ କ’ଣ ସ୍ଥାନ କାଳ ଭେଦରେ ତାଙ୍କ ଦୀପ୍ତିର ଭିନ୍ନ ଭିନ୍ନ ଶୈଳୀ ପ୍ରକଟ କରନ୍ତି ? ୨୦୦୯ର ଶୀତ - ଶିହରିତ ଏକ ପ୍ରଭାତରେ ତା’ର ତ୍ରିତଳ ଆଶ୍ରୟ ଉପରୁ ପୂର୍ବଦିଗବଳୟକୁ ଦୃଷ୍ଟିପାତ କରି ଏ ଲେଖକ ମନରେ ଏମନ୍ତ ଉଦ୍ଭଟ ପ୍ରଶ୍ନଟି ଜାଗରୁକ ହୋଇଥିଲା । ବିସ୍ତୃତ ସବୁଜ ବନାନୀ ସେପାରିରେ ଉଷାର ଅବଶେଷ ଉପରେ ‘ମହାଦ୍ୟୁତି’ ସୂର୍ଯ୍ୟଦେବଙ୍କ ଉତ୍ତରଣ ଘଟୁଥିଲା । ସେ ଦିଶୁଥଲେ ଅପୂର୍ବ କମନୀୟ ଓ କରୁଣା - ପ୍ରଜ୍ଜ୍ବଳ । ଦ୍ୟୁତି ଓ ସ୍ନିଗ୍ଧତାର ସେମିତି ସମନ୍ବୟ ପୂର୍ବରୁ କେବେ ଲକ୍ଷ୍ୟ କରି ନଥିଲି ।
x......x
ଭାରତର ମୌଳିକ ଜୀବନଦର୍ଶନ କାଳ ଗତିରେ ଅସ୍ପଷ୍ଟ ହୋଇ ଯାଇଥିଲା । ସେ ଜୀବନଦର୍ଶନ ଆସ୍ଥାଶୀଳ । ବହୁ ଦୁଃଖ ଯନ୍ତ୍ରଣା ସତ୍ତ୍ବେ ଜୀବନର ଭିତ୍ତି ଆନନ୍ଦ । ଅଚେତନ ଭାବରେ ତାହାହିଁ ଆମକୁ ଧାରଣ କରି ରଖିଥାଏ । ସାମୟିକ ଭାବରେ ବୌଦ୍ଧବାଦ ତା’ର ଐତିହାସିକ ଭୂମିକା ତୁଲାଇଲା । କ୍ରମବିକାଶର ଧାରାରୁ ବାହାରି ଯାଇ ଯିଏ ନିର୍ବାଣ ଲୋଡ଼ିଲା ବୌଦ୍ଧବାଦ ତାକୁ ସେ ଦିଗରେ ମାର୍ଗ ଦେଖାଇଦେଲା । ବୁଦ୍ଧଦେବଙ୍କୁ ଭାରତୀୟ ମାନସ ଜଣେ ଅବତାର ଭାବରେ ଗ୍ରହଣ କରିନେଲା । କିନ୍ତୁ ଭାରତର ମୌଳିକ ଜୀବନଦର୍ଶନ, ବାରମ୍ବାର ଲୁଚିଯିବା ସତ୍ତ୍ ...