ଆବୁ ପୁରୁଷ (୯) || Abu Purusha (IX)
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
x......x
‘ଦେଶର ଗୌରବ ସ୍ଵାଗତମ୍’ ଲେଖାଥିବା ଏକ ଫେଷ୍ଟୁନ୍ ସଜ୍ଜିତ ଖୋଲା ଜିପ୍ରେ ରୂପ୍ଲାଲଙ୍କ ପାଖରେ ବସି ସହର ଭିତରକୁ ଚାଲିଲେ ଶର୍ମା । ସହକର୍ମୀ- କମିଣୀମାନେ କୋମ୍ପାନୀର ଅନ୍ୟ ଗାଡ଼ିମାନଙ୍କରେ ଭର୍ତ୍ତି ହୋଇ ତାଙ୍କୁ ଅନୁଧାବନ କଲେ । ତାଙ୍କ ସମ୍ମାନାର୍ଥେ କୋମ୍ପାନୀ କାର୍ଯ୍ୟାଳୟରେ ହୋଇଥିଲା ବିରାଟ ଭୋଜିର ଆୟୋଜନ ।
ଶର୍ମା ପ୍ରୀତ ହେଲେ । ମନେହୁଏ ଅବଶେଷରେ ଦେଶବାସୀଏଁ ତାଙ୍କୁ ଚିହ୍ନିବାକୁ ଆରମ୍ଭ କରିଛନ୍ତି ।
ଭୋଜି ପରେ ରୂପ୍ଲାଲ ନିଜ କାର୍ରେ ବସାଇ ଶର୍ମାଙ୍କୁ ତାଙ୍କ ବସାରେ ଛାଡ଼ିବାକୁ ନେଇଗଲା ବେଳେ ପଥ ମଧ୍ୟରେ ନିଜ ଉଦ୍ଦେଶ୍ୟ ବ୍ୟକ୍ତ କଲେ :
‘‘ମିଷ୍ଟର ଶର୍ମା, ଆଉ ମାସ କେତେଟା ପରେ ଏଠାରେ ଉପନିର୍ବାଚନ ।”
-“ଓ8 !”
-“ମୁଁ ଛିଡ଼ା ହୋଇଛି ।”
-“ଆଚ୍ଛା!”
-“ମିଷ୍ଟର ଶର୍ମା! ମୋ ବିପକ୍ଷରେ ଅଛି ଜଣେ ପ୍ରବଳ ପ୍ରତିଦ୍ବନ୍ଦୀ ସେ ନିଜକୁ ପ୍ରଗତିଶୀଳ ବୋଲି କହୁଛି ଓ ମୋତେ କହୁଛି ପ୍ରତିକ୍ରିୟାଶୀଳ ”
-“ଓ8 !”
-‘‘ଆପଣ ହିଁ ମୋତେ ରକ୍ଷା କରିବେ ।”
-“କିପରି ?”
-“ମୋ ସପକ୍ଷରେ ପ୍ରଚାର କରିବେ ଲାଗିପଡ଼ି । ଆପଣ ସମ୍ପ୍ରତି ଅର୍ଜନ କରିଥିବ ...