ଆବୁ ପୁରୁଷ (୮) || Abu Purusha (VIII)
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
x......x
“ଭାରତବର୍ଷ ବହୁତ ଭଲ!”- ଜଣେ ଯୁବକ କହିଲେ
“ଠିକ୍ । ଭାରତର ବସନ୍ତ ମୁଁ ଅଙ୍ଗେ ନିଭେଇଛି ହିମାଚଳ ପାଦଦେଶରେ – ଅପୂର୍ବ, ରୋମାଞ୍ଚକର !” ଜଣେ କହିଲେ ।
‘‘ଆମ ସହରରେ ଦି ବସନ୍ତରେ କୋକିଳ ଗୀତ ବୋଲନ୍ତି”- ଶର୍ମା କୋହ ସହ କହିଲେ । “ହାୟ, ଆମର ଏ ହତଭାଗା ମହାନଗରୀ ରେ ଗତ ଅର୍ଦ୍ଧଶତାବ୍ଦୀ ଭିତରେ କ୍ବଚିତ୍ ଚଢ଼େଇ ରାବିବେ । ବିମାନ ଆତଯାତରେ ବାଧା ଉପୁଜିଲା ବୋଲି ବିମାନବନ୍ଦର ଚତୁର୍ଦିଗସ୍ଥ ମାଇଲ ମାଇଲ ମୁଲକର ତରୁଲତାକୁ ନିର୍ବିହଙ୍ଗ କରିଦିଆଯାଇଛି ।”
“ଭାରତରେ ମୋ ବୋଉ ଅଛନ୍ତି । ସେମିତି ବୋଉ କାହାରି ନାହାନ୍ତି । ଶର୍ମୀଜୀଙ୍କ କ୍ରନ୍ଦନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେଲା ।”
“ତାଙ୍କୁ ଆମ ନମସ୍କାର ଜଣାଇବେ । ଆଉ ଯଦି ଆମ ତରଫରୁ ଟିକିଏ କଷ୍ଟ କରି ତାଙ୍କ ପାଇଁ ଗୋଟା ଏ ଫ୍ରକ୍ କିଣିନେଇଯିବେ - ଆମର ସାମାନ୍ୟ ଉପହାର- ଆମେ ଆପଣଙ୍କ ପ୍ରତି କୃତଜ୍ଞ ରହିବୁଁ । ଭାରତୀୟ ବୋଉ ଜାତିର ତୁଳନା ନାହିଁ ।”
ଏଥର ତିନିଜଣଯାକ ଯୁବକ ନିଜ ନିଜ ଆଖି ପୋଛିଲେ ଓ ଶର୍ମାଜୀଙ୍କ ଆବୁରେ ହାତ ବୁଲାଇଦେଲେ ।
ପରବର୍ତ୍ତୀ ଅଧଘଣ୍ଟାଏ ଭିତରେ ସେମାନେ ଶର୍ମାଙ୍କୁ ଯଥାକ୍ରମେ ମଦ୍ୟପାନୀୟ, କଫି ଓ ଚାହା ଯାଚିଲ ...