ଆବୁ ପୁରୁଷ (୧୦) || Abu Pususha (X)
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
x.....x
ହଠାତ୍ ଶର୍ମାଙ୍କ ମୁହଁ ଉଜ୍ଜ୍ବଳ ହୋଇ ଉଠିଲା ସେ କହିଲେ:
“ଗତଥର ଆବୁ ଯୋଗୁଁ ଭୋଟ୍ ପାଇଥିଲି - ଏଥର ଆବୁର ଏଇ ଅଲୌକିକ ତିରୋଭାବ ଯୋଗୁଁ ଭୋଟ୍ ପାଇବି । ବିଶ୍ଵର ବୃହତ୍ତମ ଆବୁ ଉପୁଜାଇଥିବା ଯୋଗୁଁ ଯିଏ କରିତ୍କର୍ମାରୂପେ ପରିଚିତ ହୋଇଥିଲା, ରାତାରାତି ଆବୁକୁ ଉଭାନ କରିପାରିବା ଯୋଗୁଁ ସେ କରିତ୍କର୍ମା ନ ହେବ କାହିଁକି ?”
“କିନ୍ତୁ ଆବୁ ଉଭେଇଯାଉଛି ଗୁରୁଙ୍କ ଆଶୀର୍ବାଦରୁ !” ବୋଉ ମନେପକାଇଦେଲେ ।
“ଅନ୍ତତଃ ଗୁରୁଙ୍କ ଆଶୀର୍ବାଦ କିମିତି ମୋ ଉପରେ କାର୍ଯ୍ୟ କରୁଛି, ସେତକ ଦେଖି ଲୋକେ ଚମତ୍କୃତ ହେବେ ନିଶ୍ଚୟ !” ଶର୍ମା ଆନନ୍ଦରେ କହିଲେ ।
“ବାପା ! ପୁଣି ସେ ଭୁଲ କରନା । ଗୁରୁଙ୍କ ଆଶୀର୍ବାଦ ତୋତେ ଆବୁମୁକ୍ତ କରିବା ପାଇଁ । ସେ ଆବୁମୁକ୍ତି ବ୍ୟାପାରକୁ ଜାହିରି କରି, ବିକ୍ରି କରି ସେଥି ଲାଭ ଉଠାଇବା ପାଇଁ ତାହା ଉଦ୍ଦିଷ୍ଟ ନୁହେଁ । ତୋର ଏଇ ଆବୁମୁକ୍ତି ଭିତରେ ମୁଁ ସ୍ଵପ୍ନ ଦେଖୁଛି ସାରା ଜଗତ ହୁଏତ ଦିନେ ଆବୁତାନ୍ତ୍ରିକ ରାଜନୀତି ତଥା ଆବୃତାନ୍ତ୍ରିକ ବ୍ୟବସାୟ କବଳରୁ ମୁକ୍ତ ହେବ । ମୋତେ ଏଇ ସ୍ଵପ୍ନ ଦେଖିବାକୁ ଦେ ବାପା ”
x.....x
-“ଆବୁ ପୁରୁଷ”(୧୦)- ଶ୍ରୀ ମନୋଜ ଦାସ ...