ଅରଣ୍ୟରେ ଏକ ପ୍ରଭାତ || Aranyare Ek...
ଅରଣ୍ୟରେ ଏକ ପ୍ରଭାତ || Aranyare Eka Prabhata

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

x.....x

ସେ ରାତିର ଅପୂର୍ବ ଅନୁଭୂତି ପାସୋରିବା ସମ୍ଭବ ନୁହେଁ । ଜହ୍ନପ୍ଲାବିତ ଅରଣ୍ୟ । ମଧ୍ୟେ ମଧ୍ୟେ ଅପରିଚିତ ଜୀବଜନ୍ତୁ ଓ ପକ୍ଷୀଙ୍କ ଆବାଜ୍ । ନିଶୀଥରେ ଗଛଲତାମାନେ ସେମାନଙ୍କ ନିଜସ୍ବ ପ୍ରାଣସତ୍ତାରେ ଉଚ୍ଛଳ ଦିଶୁଥିଲେ । ଆଶାକରେ ମଣିଷଟିଏ ଚେଇଁରହି ସେମାନଙ୍କୁ ଲକ୍ଷ୍ୟ କରୁଛି ବୋଲି ସେମାନେ ଜାଣୁନଥିଲେ। ତେଣୁ ମନେହେଲା, ସେମାନେ ପରସ୍ପର କଥାଭାଷା ହେଉଥିଲେ ୤ ମନେହେଉଥିଲା, ଜହ୍ନ ଆଲୁଅ ଭିତରେ ସଞ୍ଚରଣ କରୁଥିବା କୌଣସି ଅଦୃଶ୍ୟ ତରଙ୍ଗ ଏକପ୍ରକାର ସଙ୍ଗୀତ ବିତରଣ କରୁଥିଲା, ଯାହାର ସ୍ବର କଦାପି ମଣିଷ କାନରେ ପଡ଼ିବ ନାହିଁ, କିନ୍ତୁ ତାହା ସହ ଏକାତ୍ମ ହେବା ସମ୍ଭବ ଓ ତାକୁ ଅନୁଭବ କଲେ ଏକ ଭିନ୍ନ ଜଗତ ସହ ଯୋଗାଯୋଗ ମାର୍ଗ ଖୋଲିଯିବ।

ଅରଣ୍ୟର ସେହି ନିଷିଦ୍ଧ ଇଲାକାରେ, ସେହି ନିସ୍ତବ୍ଧ ଓ ନିର୍ଜନ ରଜନୀରେ, ମନେ ହୋଇଥିଲା ସେହିଭଳି ଯୋଗାଯୋଗର ଦ୍ବାରଦେଶ ଯାଏଁ ଯାଇ ଯେମିତି ମୁଁ ଅଟକିଯାଉଛି । ସେପାରିକୁ ଯିବାର ପ୍ରସ୍ତୁତି ନାହିଁ ସମ୍ଭବତଃ । ତଥାପି ସେତିକି ଅନୁଭୂତି ଥିଲା ସେ ଅରଣ୍ୟର ଆଶୀର୍ବାଦ । ଆଶ୍ଚର୍ଯ୍ୟ ! ଉପର୍ଯ୍ୟୁପରି ତିନିରାତିର ଅନିଦ୍ରା ସତ୍ତ୍ବେ, ସେମିତି ଅରଣ୍ୟ ଅବଲୋକନ ଭିତରେ ସମସ୍ତ କ୍ଳାନ୍ତିର ଅପନୋଦନ ହୋଇ ... 

Leggi dettagli