ଆବୁ ପୁରୁଷ (୬) || Abu Purusha (VI)...
ଆବୁ ପୁରୁଷ (୬) || Abu Purusha (VI)

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

x.......x

ବ୍ୟାଙ୍କରେ ଅର୍ଥର ପରିମାଣ ବଢ଼ି ବଢ଼ି ଚାଲିଥିଲା । ଅଧିକରୁ ଅଧିକ ପୁଲକସହକାରେ ଦିନ ବିତାଉଥିଲେ ଶର୍ମା ।

ସ୍ୱଦେଶରେ ଥିବା ବୋଉଙ୍କ କଥା ମନେପଡ଼ି ପୂର୍ବରୁ ଥରେ ଥରେ ମନ ବିଷଣ୍ଣ ହେଉଥିଲା । ସେ ଖବରକାଗଜରୁ କାଟି ତାଙ୍କର ଚିତ୍ରମାନ (ମିସ୍‌ ଚିଚିଙ୍କ ସହ ଉଠିଥିବା ‘ଖେଳୁଆଡ୍’ର ଚାଞ୍ଚଲ୍ୟକର ଚିତ୍ରଟି ବାଦ୍) ବୋଉଙ୍କ ପାଖକୁ ପଠାଇଥିଲେ । ତେବେ ଅନେକ ସମୟରେ ଭାବୁଥା’ନ୍ତି, ଆବୁ-ମୁଗ୍‌ଧ ତରୁଣ-ତରୁଣୀ ମାନଙ୍କୁ ସେ ସନ୍ତକ ପରଷୁଥିବା ବେଳର ଦୃଶ୍ୟ ବୋଉ ଏଠାରେ ଥିଲେ କେଡ଼େ ହୃଦୟଭରି ଦେଖୁନଥାନ୍ତା ! ବୋଉକୁ ନେଇଆସିବାର ପ୍ରସ୍ତାବ କରିବେ କି ? ବୋଉ କି ଆସିବାକୁ ମଙ୍ଗିବ ?

କିନ୍ତୁ କ୍ରମେ ବୋଉ କଥା ସେ ପ୍ରାୟ ବିସ୍ମୃତ ହୋଇଯାଇଥିଲେ; ଆଉ ଘର ବାଉଳା ହେଉନଥିଲେ । ମେରିଲିନ୍‌ଙ୍କ ଉଦାର ସାହଚର୍ଯ୍ୟ ସେଥିପାଇଁ ଦାୟୀ ।

ମେରିଲିନ୍ ତାକୁ ଛଞ୍ଚାଣ କୋମ୍ପାନୀରୁ ଉଠାଇଆଣିବା ପରେ ଫେରିବା ପଥରେ ଦୁହେଁ ପାର୍କର ଏକ ନିର୍ଜନ କୋଣରେ କିଛି ସମୟ ବସୁଥିଲେ । ଭାରତରେ ଶର୍ମାଙ୍କର କୌଣସି ବନ୍ଧୁହିଁ ନଥିଲେ; ବାନ୍ଧବୀ ତ ଦୂରର କଥା । ଅତଏବ ପାର୍କରେ ସେ କିମିତି ମେରିଲିନ୍‌ଙ୍କ ସହ ବସି ଅନର୍ଗଳ ଗପସପ କରିପାରୁଛନ୍ତି, ତା ... 

Leggi dettagli