ଆବୁ ପୁରୁଷ (୩) || Abu Purusha (III...
ଆବୁ ପୁରୁଷ (୩) || Abu Purusha (III)

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

x........x

ମିସେସ୍‌ ୟଙ୍ଗ୍‌ ହାଜ୍‌ବେଣ୍ଡ୍‌ଙ୍କ ଆଖି ଖୋସିହୋଇ ଆସୁଥିଲା ୤

“ହାଃ ହାଃ! ଆମ ଦେଶର ଲୋକେ ବିଶ୍ବାସ କରନ୍ତି, ନାଗସାପ ଯାହା ମୁଣ୍ଡ ଉପରେ ଫଣା ତୋଳିବ, ସେ ଦିନେ ରାଜା ହେବ ୤ ମୁଁ ବି ହୋଇଥା’ନ୍ତି; କିନ୍ତୁ ଦୁର୍ଭାଗ୍ୟକୁ ଭାରତବର୍ଷ ସ୍ୱାଧୀନ ହେବା ସଙ୍ଗେ ସଙ୍ଗେ ରାଜ୍ୟମାନ ଅବଲୁପ୍ତ ହେଲେ । ଫଳରେ ମୋ ରାଜଭାଗ୍ୟ ରୂପାନ୍ତରିତ ହେଲା ଆବୁରେ । ଏଇଆ ହେଲା ମୋର ଏ ଆବୁର ରହସ୍ୟ ।

“ମି. ଶର୍ମା ! ଆପଣ ଆମକୁ ହତବାକ୍ କଲେଣି ପ୍ରାୟ । ଆପଣଙ୍କର ଏ ଆବୁ ତେବେ ସାଧାରଣ ଆବୁ ନୁହେଁ ? ମିସେସ୍ ୟଙ୍ଗ୍‌ ହାଜ୍‌ବେଣ୍ଡ୍‌ ଶର୍ମାଙ୍କ ଆଡ଼କୁ ସିଗାରେଟ୍ ବଢ଼ାଇ ଦେଉଁ ଦେଉଁ ପଚାରିଲେ ।

“ଦୁଃଖିତ - ମୁଁ ଧୂମପାନ କରେ ନାହିଁ । ଏ ଆବୁ ବଜାୟ ରଖିବା ପାଇଁ ଅନେକ ସଂଯମ ପାଳନ କରିବାକୁ ହୁଏ”-– ଶର୍ମା କଡ଼ା ଭାବରେ କହିଲେ ।

‘‘ଆମ ପାଠକମାନେ ଚମତ୍କୃତ ହେବେ, ମିଷ୍ଟର ଶର୍ମା ! ଆପଣଙ୍କର ଏ ଆବୁ ତେବେ ଏକ ଅତିଭୌତିକ ବ୍ୟାପାର !”

“ଅବଶ୍ୟ !”

“ଧନ୍ୟବାଦ, ମିଷ୍ଟର ଶର୍ମା ! ବର୍ତ୍ତମାନ ଆମକୁ ଆପଣଙ୍କ ଆବୁର ଏକ ଫୋଟୋ ନେବାକୁ ଦିଅନ୍ତୁ୤”

“ନିଶ୍ଚୟ, ନିଶ୍ଚୟ!”

x......x

-“ଆବୁ ପୁରୁ ... 

Leggi dettagli