ଧୂମାଭ ଦିଗନ୍ତ (ଛଅ) || Dhumabha Dig...
ଧୂମାଭ ଦିଗନ୍ତ (ଛଅ) || Dhumabha Diganta (VI)

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

ବାପା ମା’ଙ୍କ ଅନର୍ଗଳ ପ୍ରଶ୍ନର କୌଣସି ଉତ୍ତର ନଦେଇ ମୁଁ ଶେଯ ଉପରେ ଘୋଡ଼ାଘୋଡ଼ି ହୋଇ ବସିଥାଏ । ମୋତେ ଗରମ ଦୁଧ ପିଇବାକୁ ଦିଆହୋଇଥାଏ ।

ଆମ ବାରନ୍ଦାରେ ଦେଖାଗଲା ଟର୍ଚ୍ଚ ଆଲୁଅ । ବର୍ଷାତି ପିନ୍ଧି ଛିଡ଼ାହେଲେ ଆସି ଜଗବନ୍ଧୁ । ବର୍ଷା ପ୍ରଶମିତ ହୋଇଆସିଥାଏ ।

“ଲିଲି କାହିଁ ?” ସେ ପଚାରିଲେ । ତାଙ୍କ ପଛରେ ସେ ହଟୁ, ହାଡୁ ଏବଂ ସେମାନଙ୍କ ବାପାମାନଙ୍କୁ ବି ସଂଗ୍ରହ କରି ଆଣିଥିଲେ । ସେମାନେ କଣ କହିଲେ ମୁଁ ଜାଣେନା । ହାଡୁ ଆଖିରେ ମୋ ଆଖି ପଡ଼ିବାମାତ୍ରେ ଆମେ ଦୁହେଁ ପାଟିକରି କାନ୍ଦିଉଠିଲୁଁ । ହଟୁ ମଧ୍ୟ ଆଖି ଛଳଛଳ କଲା ଓ ନାକ ପୋଛିଲା ।

ଜଗବନ୍ଧୁ ଆମମାନଙ୍କୁ ବିଶେଷ ଜେରା କଲେନାହିଁ । ବର୍ଷା ଛାଡ଼ିଯାଇଥାଏ । ଗ୍ରାମରୁ ଦଶଜଣ ସରିକି ଲୋକ ଓ ଛଅ-ସାତଟି ଲଣ୍ଠନ ସଂଗ୍ରହ କରି ଆମକୁ ଧରି ପାହାଡ଼ ଅଭିମୁଖେ ଚାଲିଲେ । ତାଙ୍କ ଘର ଜଗି ରହିଲେ ଦୁଇଜଣ ଯୁବକ । ଯଦି ଲିଲି ଆସି ପହଞ୍ଚାଏ, ତେବେ ଜଣେ ଦୌଡ଼ିଯାଇ ଆମକୁ ଖବର ଦେବାର ବ୍ୟବସ୍ଥା ହୋଇଥାଏ ।

ମୁଁ, ହଟୁ ଓ ହାଡୁ ଯେଉଁମାନେ କିଛି ସମୟ ଆଗରୁ ଆବିଷ୍କାରକରୂପେ ଦୁର୍ଗମ ପଥର ଯାତ୍ରୀ ହୋଇଥିଲୁଁ ବର୍ତ୍ତମାନ ତିନିଜଣ ମଧ୍ୟବୟସ୍କଙ୍କ କାନ୍ଧରେ ବସି ଯାଉଥିଲୁଁ । ଆମର ଆଉ  ... 

Leggi dettagli