ମହାପରିନିର୍ବାଣ || Mahaparinirbana
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
x.....x
ପ୍ରତ୍ୟାବର୍ତ୍ତନ କରିଛି ବୁଦ୍ଧଙ୍କ ମହାପରିନିର୍ବାଣ ପୀଠ କୁଶୀନଗରରୁ ଗତକାଳି ନେପାଳ ଅନ୍ତର୍ଗତ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଦର୍ଶନ ଅନ୍ତେ ଆଜି ତାଙ୍କ ତିରୋଧାନସ୍ଥଳୀ ଦର୍ଶନର ଅଭିଜ୍ଞତା ମନକୁ ଆଲୋଡିତ କରୁଥିଲା ଏକ ବିଚିତ୍ର ଭାବନାରେ ମୋ ଚେତନାର ଦିଗନ୍ତରୁ କେହି ଯେମିତି ମୋତେ ବିଦ୍ରୂପ ଭରେ କରୁଥିଲା ଏହି ପ୍ରଶ୍ନ: ପର ପର ଦୁଇଦିନ ଭିତରେ ଏକ ମହାଜୀବନର ଆରମ୍ଭ ଓ ସମାପ୍ତିର ସ୍ମୃତି ସମ୍ବଳିତ ସ୍ଥଳ ଦେଖିଦେଇ ସେ ଜୀବନର ତାତ୍ପର୍ଯ୍ୟ ଆକଳନ କରି ପକାଇଲୁ ପରା!
ବୁଦ୍ଧଙ୍କ ଜନ୍ମ ଓ ମହାନିର୍ବାଣ ଭିତରେ ମାତ୍ର ଅଶୀବର୍ଷରୁ ସାମାନ୍ୟ ଅଧିକ କାଳର ବ୍ୟବଧାନ କିନ୍ତୁ ବିଗତ ଅଢେଇ ହଜାର ବର୍ଷର ଇତିହାସ ଉପରେ ସେହି କେତୋଟି ବର୍ଷର ପ୍ରଭାବ ଅତୁଳନୀୟ ଅନାଗତ କାଳକୁ ମଧ୍ୟ ବ୍ୟାପ୍ତ ରହିଥିବ ତାଙ୍କ ପ୍ରଭାବ
x…….x
ଶେଷ ସମୟ ଯେତିକି ନିକଟରେ ହେଉଥିଲା, ବୁଦ୍ଧ ଜିଜ୍ଞାସୁମାନଙ୍କ ଯାବତୀୟ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ସେତିକି ମାତ୍ରାରେ ଅଧିକ ତତ୍ପର ହେଉଥିଲେ । ତାହା ନିଜକୁ ବ୍ୟକ୍ତ କରିବାର ବ୍ୟଗ୍ରତା ନୁହେଁ, ଉଣା ନୁହେଁ, ତାହା ନିର୍ମଳ କରୁଣା । ସଚ୍ଚା ଜିଜ୍ଞାସୁଟିଏ ଯେମିତି ତା’ର ପ୍ରାପ୍ୟ ପ ...