ନିର୍ବାଣ ଅନିର୍ବାଣ || Nirbana Anirbana
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
x.....x
ଗୌତମ ବୁଦ୍ଧଙ୍କ ଘନ ଘନ ଆଗମନର କିଛି ପୂର୍ବରୁ ମହାବୀର ଜୀନ ମଧ୍ୟ ରାଜଗୃହରେ ବିତାଉଥିଲେ ବର୍ଷା କାଳ ଚଉଦଟି ବର୍ଷା ଋତୁ ସେ ଅତିବାହିତ କରିଛନ୍ତି ଏଠି । ଅପେକ୍ଷାକୃତ ଭଳି ଏକ ପ୍ରଶସ୍ତ ସ୍ଥାନରେ କାମନାବାସନାର ଅସାରତା, ଗତାନୁଗତିକ ଜୀବନରୁ ତୃପ୍ତି ଲାଭର ଯେଉଁ ଆଶା, ତା’ର ଅଳୀକତା ଉପରେ ପ୍ରବଚନ ଦେଉଥାନ୍ତି ମହାବୀର । ଉପତ୍ୟକାର ଜନବସତି ଭିତରେ ଏକା ସମୟରେ ଅନୁଷ୍ଠିତ ହେଉଥାଏ ରାଜଗୃହର ପାରମ୍ପରିକ ବାର୍ଷିକ ପର୍ବତ-ଉତ୍ସବ । ସେ ଉତ୍ସବର ବିଶେଷ ଆକର୍ଷଣ ଥିଲା ଯୁବତୀମାନଙ୍କର ଉଦ୍ଦାମ ନୃତ୍ୟ । ଏକଦା ସାରୀପୁତ୍ତ ଏବଂ ତାଙ୍କ ବନ୍ଧୁ ମୋଗଲ୍ଲନ ଅର୍ଦ୍ଧରାତ୍ର ଯାଏ ତାହା ଉପଭୋଗ କରୁଥିଲେ । ହଠାତ୍ ସାରୀପୁତ୍ତ ଉଠିପଡ଼ି ମୋଗଲ୍ଲନଙ୍କ ବାହୁଝିଙ୍କି ତାଙ୍କୁ ସମାବେଶ ବାହାରକୁ ନେଇଆସିଲେ ।
ଏ ବୃତ୍ତାନ୍ତ ପଢ଼ିଥିଲି । ଆଜି ଟିକିଏ କ୍ଲାନ୍ତି ବଶତଃ ଆଖି ବୁଜି ଆସନ୍ତେ ସତେ ଅବା ଶୁଣୁଥିଲି ସେ ଦୁହିଁଙ୍କ ସଂଳାପ:
“କ'ଣ ହେଲା, ସାରୀପୁତ୍ତ ?” ପ୍ରଶ୍ନ କଲେ ମୋଗଲ୍ଲନ
“କେତେ କାଳ ଚାଲିବ ଏ ନୃତ୍ୟ ଗୀତ ?” ପ୍ରତି-ପ୍ରଶ୍ନ କଲେ ସାରୀପୁତ୍ତ ।
“ହୁଏତ ରାତ୍ରବ୍ୟାପୀ- ଅଥବା ନର୍ତ୍ତକୀମାନେ କ୍ଲାନ୍ତ ହେବା ଯ ...