ଦେବତାର ଶ୍ରମ || Debatara Shrama
ଦେବତାର ଶ୍ରମ || Debatara Shrama

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

x.......x

ନାଲନ୍ଦା ଦର୍ଶନର ଦୁଇ ବର୍ଷ ପୂର୍ବରୁ ଏକ ଶୀତ ସନ୍ଧ୍ୟାରେ ଚୀନ୍‌ରେ ଅବସ୍ଥିତ ହୁଏନ୍‌ସାଂଙ୍କ ସୁରକ୍ଷିତ, ସୁପରିଚାଳିତ ସମାଧି ମନ୍ଦିର ଆଗରେ ଠିଆହୋଇ ସେ ଅନନ୍ୟ ପରିବ୍ରାଜକକଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିଲି । ମାର୍କୋପୋଲାଙ୍କ ସ୍ମୃତିଚାରଣ କଥା ଛାଡ଼ିଦେଲେ ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ ଭଳି ଇତିହାସ ଦୃଷ୍ଟିରୁ ଶିକ୍ଷାପ୍ରଦ ଏବଂ ବର୍ଣ୍ଣନା ଦୃଷ୍ଟିରୁ ଚିତ୍ତାକର୍ଷକ ବିଗତ ଯୁଗର ଅନ୍ୟ କୌଣସି ଭ୍ରମଣ ବୃତ୍ତାନ୍ତର ପରିଚୟ ମୋତେ ଜଣା ନାହିଁ । ସ୍ତିମିତ ଆଲୋକରେ ଦେଖୁଥିଲି ତାଙ୍କ ପ୍ରତିମୂର୍ତ୍ତି ସହିତ ସଂରକ୍ଷିତ ଭାରତୀୟ ବୌଦ୍ଧ ସାହିତ୍ୟ ରାଶି । ମୃଦୁମୃଦୁ ବର୍ଷା ହେଉଥିଲା । ପାଗୋଡ଼ା ଆରୋହଣ କରିପାରିଲି ନାହିଁ । ତାଙ୍କ ଗମ୍ଭୀର - ଦର୍ଶନ ମୂର୍ତ୍ତିକୁ ସଶ୍ରଦ୍ଧ ନମସ୍କାର ଜଣାଇଥିଲି ।

ଷଷ୍ଠ ଶତାବ୍ଦୀ ବେଳକୁ ସମ୍ଭବ ହୋଇଥିଲା ବୌଦ୍ଧ ଧର୍ମର ବ୍ୟାପକ ପ୍ରସାର । ଚୀନ୍‌ରେ ବୌଦ୍ଧ ସାହିତ୍ୟର ଅଭାବ ନଥିଲା, ତାହା ସୁଲଭ ନ ହେଲେ ମଧ୍ୟ । ଅନେକ ବୌଦ୍ଧଧର୍ମାବଲମ୍ବୀ ମଧ୍ୟ ଥିଲେ । କିନ୍ତୁ ଆବାଲ୍ୟ ହୁଏନ୍‌ସାଂଙ୍କ ମନରେ ଏକ ଧାରଣା ବଦ୍ଧମୂଳ ହୋଇଥିଲା ଯେ ତାଙ୍କ ଦେଶର ସାହିତ୍ୟରେ ବା ବତ୍କୃତାରେ ବୌଦ ... 

Leggi dettagli