ଶ୍ବାନ-ମାନବ! || Shwana-Manaba!
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
“କୁକୁର ମଣିଷକୁ କାମୁଡିଲେ ତାହା ଖବର ପର୍ଯ୍ୟାୟରେ ଯିବ ନାହିଁ; କିନ୍ତୁ ମଣିଷ କୁକୁରକୁ କାମୁଡିଲେ ସେଇଟା ହେବ ଖବର!” ଆମେରିକାନ୍ ସାମ୍ବାଦିକ ଜନ୍ ବୋଗାର୍ଟଙ୍କର ଏ ଉକ୍ତିଟି ଅନେକଙ୍କୁ ଜଣାଥିବା ଅଥାତ, ଯାହା ଅସ୍ବାଭାବିକ, ଅପ୍ରତ୍ୟାଶିତ, ତାହାହିଁ ଲୋକଙ୍କୁ ଆକୃଷ୍ଟ କରେ
x......x
ଡାର୍ଉଇନ୍ ପଶୁରୁ ମଣିଷ ଯାଏ ବିବର୍ତ୍ତନର ଯେଉଁ ଧାରା ଦର୍ଶାଇଛନ୍ତି, ତାହା ଅବିକଳ ବାସ୍ତବ ନହୋଇ ଥାଇପାରେ କିନ୍ତୁ ଚେତନା ଯେ ମଣିଷ ପୂର୍ବରୁ ପଶୁ ରୂପରେହିଁ ପ୍ରକଟିତ ହୋଇଥୁଲା, ସେଥିରେ ସନ୍ଦେହର ଅବକାଶ ନାହିଁ । ଆମେ ଆଜି ସଭ୍ୟ, ସଂସ୍କୃତ ଓ ଭବ୍ୟ ମଣିଷ । କିନ୍ତୁ ଆମ ଚେତନାରେ ବିବର୍ତ୍ତନର ପ୍ରତି ପର୍ଯ୍ୟାୟର ସ୍ମୃତି ଲୁକ୍କାୟିତ ଭାବରେ ରହିଛି । ପଶୁତ୍ବ ସର୍ବବ୍ୟାପୀ ଚେତନାର ଅତୀତର ଏକ ବାସ୍ତବତା । ତା’ର ଆକର୍ଷଣ ମଧ୍ୟ ସେହି ଲୁକ୍କାୟିତ ସଂସ୍କାରର ଅଂଶ ବିଶେଷ । ସୁଦୂର ଅତୀତରେ ପ୍ରାଗୈତିହାସିକ ଯୁଗରେ ମଣିଷ ହିଂସ୍ର ହେବାକୁ ବାଧ୍ୟ ଥିଲା । ଆରଣ୍ୟକ ପଶୁ ସହ ପ୍ରତିଯୋଗିତା କରି ତାକୁ ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିଛି; । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ମଣିଷ ମଣିଷ ଭିତରେ ହିଂସ୍ର ସଂଘର୍ଷ ଅନିବାର୍ଯ୍ୟ ହୋଇଆସିଛି । ବ୍ୟକ୍ତ ...