ଆବୁ ପୁରୁଷ (୭) || Abu Purusha (VII...
ଆବୁ ପୁରୁଷ (୭) || Abu Purusha (VII)

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

x.......x

“ମିଷ୍ଟର ଶର୍ମା, ମୁଁ ଏଇଆ ଜଣାଇବାକୁ ସ୍ବତନ୍ତ୍ର ଭାବରେ ପ୍ରେରିତ ହୋଇଛି ଯେ ଏ ଦେଶରେ ଆପଣଙ୍କ ଗତିବିଧି ଭାରତ ସରକାରଙ୍କ ବିଶେଷ ଦୁଶ୍ଚିନ୍ତାର କାରଣ ହୋଇଛି । ଆପଣ ଭାରତୀୟ ନାଗରିକ । ଆପଣ ଏ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ଅଂଶ ଗ୍ରହଣ କରିବା- ବିଶେଷତଃ ଯେଉଁ ନିର୍ଦ୍ଦିଷ୍ଟ ରୀତିରେ ଆପଣ ଏଠାକାର ରାଜନୀତିକୁ ଆପଣଙ୍କ ଅବଦାନ ଦେବାକୁ ଯାଉଛନ୍ତି- ତାହା ଆମ ଭାରତୀୟ ମହାଜାତି ପକ୍ଷରେ କେତେଦୂର ସମ୍ମାନଜନକ ସେଇଟା ଏକ ବିବାଦୀୟ ବିଷୟ ।

“ସମ୍ମାନଜନକ ?” ଉତ୍ତେଜନାରେ ଫାଟି ପଡ଼ିଲେ ଶର୍ମା, ‘‘ମୋର ମୂଲ୍ୟ ପ୍ରଥମେ ବିଦେଶୀମାନେ ହୃଦୟଙ୍ଗମ କରିବା ଭାରତ ପକ୍ଷରେ କେତେଦୂର ସମ୍ମାନଜନକ ? ସେକଥା ଛାଡ଼ନ୍ତୁ । ଭାରତବର୍ଷ ନିଜେ କିଛି ମୂଲ୍ୟ ତ ଦେଲା ନାହିଁ, ଉପରନ୍ତୁ ପ୍ରବାସରେ ମୋ ତାତ୍ପର୍ଯ୍ୟ ସ୍ଵୀକୃତ ହେବା ମାତ୍ରେ ସରକାରର ଗାତ୍ରଦାହ ହେଲାଣି । ତୁଚ୍ଛାରେ ଭାରତରୁ ଏ ଦେଶକୁ ବ୍ରେନ୍ ଡ୍ରେନ୍ ଚାଲିଛି ? କର୍ତ୍ତୃସ୍ଥାନୀୟ ବ୍ୟକ୍ତିମାନଙ୍କର ଏ ଅପରିଣାମଦର୍ଶିତା ଯୋଗୁଁ । ସତକଥା କହିଲେ, ମୁଁ ଭାବିଥିଲି ଆପଣ ମୋତେ ଭାରତ-ରତ୍ନ - ତହିଁରୁ କମ୍ ହେଲେ ମୁଁ ନିଅନ୍ତି ନାହିଁ - ଦେବାର ସିଦ୍ଧାନ୍ତ କଥା ଜଣାଇବାକୁ ଆସିଛନ୍ତି । ଦ ... 

Leer más