ଆବୁ ପୁରୁଷ (୩) || Abu Purusha (III)
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
x........x
ମିସେସ୍ ୟଙ୍ଗ୍ ହାଜ୍ବେଣ୍ଡ୍ଙ୍କ ଆଖି ଖୋସିହୋଇ ଆସୁଥିଲା
“ହାଃ ହାଃ! ଆମ ଦେଶର ଲୋକେ ବିଶ୍ବାସ କରନ୍ତି, ନାଗସାପ ଯାହା ମୁଣ୍ଡ ଉପରେ ଫଣା ତୋଳିବ, ସେ ଦିନେ ରାଜା ହେବ ମୁଁ ବି ହୋଇଥା’ନ୍ତି; କିନ୍ତୁ ଦୁର୍ଭାଗ୍ୟକୁ ଭାରତବର୍ଷ ସ୍ୱାଧୀନ ହେବା ସଙ୍ଗେ ସଙ୍ଗେ ରାଜ୍ୟମାନ ଅବଲୁପ୍ତ ହେଲେ । ଫଳରେ ମୋ ରାଜଭାଗ୍ୟ ରୂପାନ୍ତରିତ ହେଲା ଆବୁରେ । ଏଇଆ ହେଲା ମୋର ଏ ଆବୁର ରହସ୍ୟ ।
“ମି. ଶର୍ମା ! ଆପଣ ଆମକୁ ହତବାକ୍ କଲେଣି ପ୍ରାୟ । ଆପଣଙ୍କର ଏ ଆବୁ ତେବେ ସାଧାରଣ ଆବୁ ନୁହେଁ ? ମିସେସ୍ ୟଙ୍ଗ୍ ହାଜ୍ବେଣ୍ଡ୍ ଶର୍ମାଙ୍କ ଆଡ଼କୁ ସିଗାରେଟ୍ ବଢ଼ାଇ ଦେଉଁ ଦେଉଁ ପଚାରିଲେ ।
“ଦୁଃଖିତ - ମୁଁ ଧୂମପାନ କରେ ନାହିଁ । ଏ ଆବୁ ବଜାୟ ରଖିବା ପାଇଁ ଅନେକ ସଂଯମ ପାଳନ କରିବାକୁ ହୁଏ”-– ଶର୍ମା କଡ଼ା ଭାବରେ କହିଲେ ।
‘‘ଆମ ପାଠକମାନେ ଚମତ୍କୃତ ହେବେ, ମିଷ୍ଟର ଶର୍ମା ! ଆପଣଙ୍କର ଏ ଆବୁ ତେବେ ଏକ ଅତିଭୌତିକ ବ୍ୟାପାର !”
“ଅବଶ୍ୟ !”
“ଧନ୍ୟବାଦ, ମିଷ୍ଟର ଶର୍ମା ! ବର୍ତ୍ତମାନ ଆମକୁ ଆପଣଙ୍କ ଆବୁର ଏକ ଫୋଟୋ ନେବାକୁ ଦିଅନ୍ତୁ”
“ନିଶ୍ଚୟ, ନିଶ୍ଚୟ!”
x......x
-“ଆବୁ ପୁରୁ ...