ଆବୁ ପୁରୁଷ (୧) || Abu Purusha (I)
ଆବୁ ପୁରୁଷ (୧) || Abu Purusha (I)

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

x......x

“ମି. ଶର୍ମା ! ଆପଣଙ୍କ ପାଇଁ ମୁଁ ଆଣିଛି ପ୍ରଚଣ୍ଡ ସୁଖବର । କହିବି ? କହିବି ? ନା କହିବି ନାହିଁ । ଡାକ୍ତର ନିଜେ କୁହନ୍ତୁ । ଏ ଗୌରବ ତାଙ୍କର ପ୍ରାପ୍ୟ । ବାପ୍‌ରେ! ମୁଁ କି ଉତ୍ତେଜିତ ! ମୁଁ କ୍ଲିନିକ୍‌ରେ ପାଞ୍ଚ ବର୍ଷ କାମ କରିବା ଭିତରେ ଆପଣଙ୍କ ଭଳି ଜଣେ ତାତ୍ପର୍ଯ୍ୟପୂର୍ଣ୍ଣ ରୋଗୀକୁ କେବେ ଭେଟିବାର ସୁଯୋଗ ପାଇନଥିଲି ।”

ମିସ୍ ମେରିଲିନ୍ ଉଠିପଡ଼ି ପ୍ରଜାପତି ରୀତିରେ ଶର୍ମାଙ୍କୁ ପ୍ରଦକ୍ଷିଣ କରି ପକାଇଲେ ।

ତାତ୍ପର୍ଯ୍ୟପୂର୍ଣ୍ଣ ରୋଗୀ ! ଝିଅ ଥଟ୍ଟା କରୁଛି କରୁ । ଏମିତି ବହୁ ଥଟ୍ଟା ସିଏ ସହିଛନ୍ତି ଜୀବନବ୍ୟାପୀ । ପ୍ରଥମେ ପ୍ରଥମେ ସିଏ ରାଗୁଥିଲେ । ଆବୁ ଏକ ସଂପୂର୍ଣ୍ଣ ବିଧାତା -ନିୟନ୍ତ୍ରିତ ବ୍ୟାପାର; ତାଙ୍କ ନିଜସ୍ବ ଆସ୍ପୃହା ଅଥବା ଚରିତ୍ରର ପ୍ରତିଫଳନ ତାହା ନୁହେଁ ବୋଲି ବୁଝାଇବାକୁ ଚେଷ୍ଟା କରୁଥିଲେ । କ୍ରମେ କିନ୍ତୁ ସେ ଅଭ୍ୟାସ ସେ ପରିତ୍ୟାଗ କରିଥିଲେ । ମଙ୍ଗିଯାଇଥିଲେ ନିଜ କର୍ତ୍ତବ୍ୟ କର୍ମରେ - ରୂପଲାଲ୍ ଟେକ୍‌ସଟାଇଲ କୋ:ର ଜନୈକ ଏକାଉଣ୍ଟାଣ୍ଟ୍‌ର କର୍ତ୍ତବ୍ୟକର୍ମ ।

ଶିରୋପରି ଆବୁ ଯେତିକି ଯେତିକି ବଢୁଛି, ସେ ସେତିକି ସେତିକି ଅଧୁକ କର୍ମପ୍ରାଣ ହୋଇଛନ୍ତି - ସେତିକି ସେତିକି ଅଧି ... 

Leer más