ଧୂମାଭ ଦିଗନ୍ତ ( ଚାରି) || Dhumabha ...
ଧୂମାଭ ଦିଗନ୍ତ ( ଚାରି) || Dhumabha Diganta (IV)

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

x……x

କିନ୍ତୁ ହଟୁ ବାରମ୍ବାର ଚେଷ୍ଟାକଲା ଏ ପ୍ରସ୍ତାବ ଭାଙ୍ଗିବା ପାଇଁ । ରାସ୍ତା ଘାଟରେ କାମୁଡ଼ାକୁକୁର ବୁଲୁଥିବାଠୁ ଆରମ୍ଭକରି ସନ୍ଧ୍ୟାବେଳେ ବାୟୁ ସେବନ ପାଇଁ ସାପମାନେ ପଥପ୍ରାନ୍ତରେ ସାଲୁବାଲୁ ହେବା ପର୍ଯ୍ୟନ୍ତ ସେ ଅନେକ ସମ୍ଭାବ୍ୟ ବିପଦର ଉଲ୍ଲେଖ କଲା; କିନ୍ତୁ କୌଣସି ନା କୌଣସି ଯୁକ୍ତିଦ୍ୱାରା ଲିଲି ସେସବୁକୁ ତୁଚ୍ଛ କରିବା ପରେ ଅବଶେଷରେ ସେ ଆରମ୍ଭକଲା ଆମ ଗ୍ରାମନିବାସୀ କେତେକ ଜଣାଶୁଣା ଭୂତପ୍ରେତଙ୍କ ପ୍ରସଙ୍ଗ- ସେଇ ଯେଉଁ ବାଲ୍ୟ-ବିଧବାଟି ଅବୈଧ ସନ୍ତାନଟିଏ ପ୍ରସବ କରିଥା- ଯାହାକୁ ସସମ୍ମାନେ ଅଜ୍ଞାତ ଦୁର୍ବୃତ୍ତମାନେ ମାରିଦେଇଥିଲେ- ଜହ୍ନରାତିମାନଙ୍କରେ ସେ ନିଜ ଶିଶୁକୁ କୋଳରେ ଧରି ହଳଦିପାଣିରେ ଗାଧୋଇ ଦେଉଥିବାର ଝାପସା ଦୃଶ୍ୟ କଥାଯେଉଁ ଦୃଶ୍ୟ କୌଣସି ସଦ୍ୟସନ୍ତାନବତୀ ମହିଳା ଦେଖିବା ଅନୁଚିତ- ଦେଖିଲେ ସନ୍ତାନର ମୃତ୍ୟୁ ଅନିବାର୍ଯ୍ୟ- ବର୍ଷ କେତୋଟି ତଳେ ଆମ ଗ୍ରାମର କୃପଣତମ ବୃଦ୍ଧ ଯିଏକି କେଉଁଠି ଟଙ୍କା ଗରା ପୋତିଥିଲା ମତି ଭ୍ରମ ହେତୁ ତାହା ଠଉରାଇ ନପାରି ବାଡ଼ିଯାକ ଠୁକୁଠୁକୁ ଖୋଳି ଖୋଳି ମଲା ଏବଂ ମରିବା ପରେ ମଧ୍ୟ ଥରେ ଥରେ ଠୁକୁଠୁକୁ କରି ରାତିରେ ଟଙ୍କା ଖୋଜୁଥିବାର ଶୁଣାଯାଏ...ଇତ୍ୟାଦି ।

“ସହରରେ ଭୂତ ଥ ... 

Leer más