କିଏ ବା ବିଷର ଉତ୍ସ, କିଏ ବା ତା’ର ଗ୍ର...
କିଏ ବା ବିଷର ଉତ୍ସ, କିଏ ବା ତା’ର ଗ୍ରହିତା || Kie Ba Bishara Utsa, Kie Ba Taara Grahita

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

x......x

ବୁଦ୍ଧଙ୍କ କପିଳବାସ୍ତୁ ପରିକ୍ରମା ବେଳେ ଯୁବରାଣୀ ଯଶୋଧାରା ଆଶା କରିଥିଲେ ବୁଦ୍ଧଙ୍କ ହୃଦୟରେ ଏକମାତ୍ର ପୁତ୍ରଟି ପ୍ରତି ମମତା ଏବଂ କର୍ତ୍ତବ୍ୟବୋଧ ଜାଗରୁକ କରି ସେ ତାଙ୍କୁ ସଂସାରାଭିମୁଖୀ କରିପାରିବେ ହୁଏତ । ତାଙ୍କ ପରାମର୍ଶରେ ପୁତ୍ର ରାହୁଳ ଯାଇ ବୃଦ୍ଧଙ୍କୁ ଅଭିବାଦନ ଜଣାଇଲେ । ସେତକ ଗ୍ରହଣ କରିବାର ଇଙ୍ଗିତ ଦେବା ଛଡ଼ା ବୃଦ୍ଧ ଅନ୍ୟକୌଣସି ପ୍ରକାର ସ୍ବୀକୃତି ତାକୁ ଦେଲେ ନାହିଁ । ପୁନର୍ବାର ଯେତେବେଳେ ରାହୁଳ ଯାଇ ନମ୍ର ଭାବରେ କହିଲେ, “ପିତା ! ମୋର ଉତ୍ତରାକାର ମୋତେ ଦିଅନ୍ତୁ ।”

ବୁଦ୍ଧ ତାଙ୍କୁ ଧରାଇଦେଲେ ଭିକ୍ଷା ପାତ୍ର । ସାରୀପୁରଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କ ମସ୍ତକ ମୁଣ୍ଡନ କରି ଦେବା ନିମନ୍ତେ । ସେତେବେଳେ ରାହୁଳଙ୍କୁ ନଅବର୍ଷ ।

କସ୍ମିନ୍‌କାଳେ ରାହୁଳଙ୍କୁ ଗୁରୁ-ପୁତ୍ର ଭାବରେ ତିଳେ ମଧ୍ୟ ସ୍ବତନ୍ତ୍ର ସୁବିଧା ସୁଯୋଗ ମିଳି ନାହିଁ । ଜେତବନ ଶିବିରରେ ରାହୁଳ ଯେଉଁ କୋଠରିରେ ରହୁଥିଲେ, ତାହା ଅନ୍ୟ ଜଣେ ବୟସ୍କ ଭିକ୍ଷୁକ ନିମନ୍ତେ ଉଦ୍ଦିଷ୍ଟ ଥିଲା । ସେ ଭିକ୍ଷୁ ଜଣକ ଭ୍ରମଣରୁ ପ୍ରତ୍ୟାବର୍ତ୍ତନ କରି ନିଶାର୍ଦ୍ଧରେ ଶିବିରରେ ପହଞ୍ଚନ୍ତେ ରାହୁଳ ତାଙ୍କୁ ତାଙ୍କ କୋଠରି ଛାଡ଼ିଦେଲେ । କିନ୍ତୁ ସେତେ  ... 

Leer más