ଶେଷ ଆରତିର ଶିଖା || Sesha Aaratira ...
ଶେଷ ଆରତିର ଶିଖା || Sesha Aaratira Shikha

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

x....x

ବିମ୍ବିସାର ତଥା ତାଙ୍କ ପାଟରାଣୀ ଥାନ୍ତି ବୁଦ୍ଧଙ୍କର ଏକାନ୍ତ ଭକ୍ତ । ଦେବଦତ୍ତର ପ୍ରରୋଚନାରେ ଅଜାତଶତ୍ରୁ ପିତାଙ୍କୁ ବଧ କରିବାକୁ ସ୍ଥିରକରି ଏକ ନିଶାର୍ଦ୍ଧରେ ପିତ୍ରୁ ପ୍ରକୋଷ୍ଠରେ ପଶିବାକୁ ଗଲାବେଳେ ତାଙ୍କୁ ଧରିପକାଇଲା ରାଜାଙ୍କର ବ୍ୟକ୍ତିଗତ ସତର୍କ ପ୍ରହରୀ । ବିଚଳିତ ଅଜାତଶତ୍ରୁର ପରିଧାନ ଭିତରୁ ଖସିପଡ଼ିଲା ତରବାରି । ଅସ୍ତ୍ର ସମେତ ରାଜପୁତ୍ରକୁ ପ୍ରହରୀ ନେଇଯାଇ ରାଜାଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତେ ବିସ୍ମିତ ରାଜା ପ୍ରଶ୍ନ କଲେ, “ତରବାରି ଧରି ମୋ ପ୍ରକୋଷ୍ଠକୁ କାହିଁକି ନିଶାର୍ଦ୍ଧରେ ଆସୁଥିଲୁ, ବାପା ? ମୋତେ ହତ୍ୟାକରି ସିଂହାସନରେ ବସିବା ନିମନ୍ତେ ?"

ଅଜାତଶତ୍ରୁ ଥରିଥରି ତାହାହିଁ ତା’ର ଉଦ୍ଦେଶ୍ୟ ଥିଲା ବୋଲି ସ୍ୱୀକାର କଲା ।

ରାଜା ଦୀର୍ଘ ନିଃଶ୍ବାସ ଛାଡ଼ି ତା’ଆଡ଼େ ଅନାଇ ରହିଲେ । ଇଏ ଭୂମିଷ୍ଠ ହେବା ପୂର୍ବରୁ ଜଣେ ଦେବଜ୍ଞ ଜ୍ୟୋତିଷ କହିଥିଲେ- ଭବିଷ୍ୟତରେ ସେ ହେବ ପିତୃଦ୍ରୋହୀ । ରାଜାରାଣୀ ସେ ସତର୍କବାଣୀ ଭୁଲିଯିବାକୁ ଚେଷ୍ଟା କରି ଥିଲେ । ଥରେ ଶିଶୁ । ଅଜାତଶତ୍ରୁର ଗୋଟିଏ ଅଙ୍ଗୁଳିରେ ଭୀଷଣ ଘା’ହୋଇ ସେ କଷ୍ଟ ପାଆନ୍ତେ ରାଜା ସମଗ୍ର ରାତି ଅଙ୍ଗୁଳିଟିକୁ ନିଜ ମୁହଁ ଭିତରେ ରଖି ତା’ଯନ୍ତ୍ରଣା ... 

Leer más